ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅକ୍ଟୋବର ୩ରେ ପୂର୍ବତଟ ରେଳପଥ ଅଧିନରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ) ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଭଲ ଖବର ଆସିଛି। କୋଭିଡ-୧୯ ସମୟରେ ଗମନାଗମନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଅକ୍ଟୋବର ୩ ତାରିଖରେ ପୂର୍ବତଟ ରେଳପଥ ଅଧିନରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି।

ସିଭିଲ ସର୍ଭିସ ପରୀକ୍ଷା ପାଇଁ କରାଯାଇଥିବା ସହରଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ପହଂଚିବ। ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ଼ ଓ କୋରାପୁଟରୁ ଅପରାହ୍ନ ୪ଟାରେ ଛାଡ଼ିବ। ସେହିଭଳି କେରାପୁଟରୁ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ଷ୍ଟେସନଗୁଡ଼ିକରୁ ଦିନ ୧ଟାରେ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଛାଡ଼ିବ। ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ ପହଂଚିବ।

ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ହେଲା

-ବ୍ରହ୍ମପୁର-କଟକ ମେମୁ ଏଗଜାମିନେସନ ସ୍ପେଶାଲ
-କେନ୍ଦୁଝରଗଡ଼-କଟକ ଏଗଜାମିନେସନ ସ୍ପେଶାଲ
-ଇଚ୍ଛାପୁରମ-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ
-ଖରିଆର ରୋଡ଼-ସମ୍ବଲପୁର ଏଗଜାମିନେସନ ସ୍ପେଶାଲ
-କୋରାପୁଟ-କଟକ ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
-କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
-ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ଏଗଜାମିନେସନ ସ୍ପେଶାଲ
-ବାରିପଦା-କଟକ ଏଗଜାମିନେସନ ସ୍ପେଶାଲ
-ବିଜୟଓ୍ଵାଡା-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ

ସମ୍ବନ୍ଧିତ ଖବର