ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ନିଟ୍‌ ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ଓ ରବିବାର ରାଜ୍ୟରେ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଭଦ୍ରକ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ୧୨ ତାରିଖ ଅପରାହ୍‌ଣ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ୧୩ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ବରୁ ବାହାରି ରାତି ୧୦ଟା ୩୦ରେ ଭଦ୍ରକରେ ପହଞ୍ଚିବ। ଏହି ଟ୍ରେନ୍‌ ବୈତରଣୀ ରୋଡ୍‌, ହରିଦାସପୁର, ଧନମଣ୍ଡଳ, ନିର୍ଗୁଣ୍ଡି ଓ କଟକ ଷ୍ଟେସନ୍‌ରେ ରହିବ।

କେନ୍ଦୁଝରଗଡ଼-ଭୁବେନଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ କେନ୍ଦୁଝରଗଡ଼ରୁ ବାହାରି ସନ୍ଧ୍ୟା ୭ଟା ୪୫ରେ ଭୁବନେଶ୍ବରରେ ପହଞ୍ଚିବ। ୨୩ ତାରିଖ ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବର ଛାଡ଼ି ରାତି ୧୧ଟା ୪୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। ଏହା ହରିଚନ୍ଦନପୁର, ସୁକିନ୍ଦା, ଯଖପୁରା, ହରିଦାସପୁର, ଧନମଣ୍ଡଳ, କପିଳାସ ରୋଡ୍‌, କଟକ ଷ୍ଟେସନ୍‌ରେ ରହିବ। ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ ରାୟଗଡ଼ାରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ୧୩ ତାରିଖ ରାତି ୧୧ଟାରେ ସମ୍ବଲପୁରରୁ ଛାଡ଼ି ୧୪ ତାରିଖ ଭୋର ୫ଟା ୩୦ରେ ରାୟଗଡ଼ାରେ ପହଞ୍ଚିବ। ଏହା ଥରୁବାଲି, ମୁନିଗୁଡ଼ା, ଅମ୍ବାଦୋଳା, ନର୍ଲା ରୋଡ, ରୁପରା ରୋଡ, କେସିଙ୍ଗା, ଟିଟିଲାଗଡ଼, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇସିଙ୍ଗା, ବରପାଲ୍ଲୀ, ବରଗଡ଼ ରୋଡ଼ଠାରେ ରହିବ। ଖରିଆର ରୋଡ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ ଖରିଆରରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ୧୩ ତାରିଖ ରାତି ୧୧ଟାରେ ଏହା ସମ୍ବଲପୁରରୁ ବାହାରି ୧୪ ତାରିଖ ଭୋର୍‌ ୪ଟା ୩୦ରେ ଖରିଆର ରୋଡ୍‌ ଷ୍ଟେସନରେ ପହଞ୍ଚିବ। ଏହା ନୂଆପଡ଼ା ରୋଡ୍‌, ହରିଶଙ୍କର ରୋଡ୍‌, କଣ୍ଟାବାଞ୍ଝି, ଟିଟିଲାଗଡ଼, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇସିଙ୍ଗା, ବରପାଲ୍ଲୀ, ବରଗଡ଼ ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର