ସମ୍ଭାବ୍ୟ ବାତ୍ୟା ପାଇଁ ବଦଳିଲା ସ୍ବତନ୍ତ୍ର ଟ୍ରେନ୍‌ର ରାସ୍ତା

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବ‌ନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ‌ଟ୍ରେନ୍‌ର ଗତିପଥରେ କିଛିଟା ପରିବର୍ତନ କରାଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଭୁବନେଶ୍ବର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା-ରାଉରକେଲା-ଟାଟା ଦେଇ ଚଳାଚଳ କରିବ। ୧୮ ତାରିଖରେ ନୂଆଦିଲ୍ଲୀରୁ ଆସିବାକୁ ଥିବା ଟ୍ରେନ୍‌ ଓ ୧୯ ତାରିଖରେ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ଟ୍ରେନ୍‌ ଉକ୍ତ ରାସ୍ତା ଦେଇ ଯିବ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ପଡ଼ିବାକୁ ଥିବାରୁ ଯାତ୍ରୀଙ୍କ ସୁରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଉକ୍ତ ୪ ଦିନ ପାଇଁ ବାଲେଶ୍ବରରୁ ହିଜଲି(ଖଡଗପୁର) ମଧ୍ୟରେ ଆସୁଥିବା ଅଞ୍ଚଳର ଯାତ୍ରୀମାନେ ସେବା ପାଇବାରୁ ବଞ୍ଚିତ ହେବେ। ବାତ୍ୟା ଗତିବିଧି ଉପ‌ରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର