ଭୁବନେଶ୍ବରରୁ ବେଙ୍ଗାଲୁରୁ ଯିବ ସ୍ବତନ୍ତ୍ର ଟ୍ରେନ୍
୧୫ ତାରିଖରେ ଭୁବେନଶ୍ବର ରେଳଷ୍ଟେସନ୍ରୁ ଛାଡ଼ିବ ଟ୍ରେନ୍, ଆଜି ୨୦ ଟ୍ରେନ୍ ସମ୍ପୂର୍ଣ୍ଣ ଓ ୪ ଟ୍ରେନ୍ ଆଂଶିକ ବାତିଲ୍
ଭୁବନେଶ୍ବର : ବର୍ଷା ଓ ବନ୍ୟା ତାଣ୍ଡବ ରଚିଥିବା ବାତ୍ୟା ‘ତିତ୍ଲି’ର ସିଧାସଳଖ ପ୍ରଭାବ ଟ୍ରେନ୍ ସେବା ଉପରେ ପଡ଼ିଛି। ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରୁକୁ ଚାଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ପ୍ରଭାବିତ ହୋଇଛି। ଗତ ୩ ଦିନ ପରି ଆଜି ମଧ୍ୟ ୨୦ଟି ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ୪ଟି ଟ୍ରେନ୍କୁ ଆଂଶିକ ବାତିଲ୍, ୯ଟି ଟ୍ରେନ୍ର ଗତିପଥ ପରିବର୍ତନ ଓ ୨୦ଟି ଟ୍ରେନ୍ ସମୟ ସାରଣୀରେ ପରିବର୍ତନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରେନ୍ ବାତିଲ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ସୁପରଫାଷ୍ଟ୍ ତତ୍କାଳ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ୍ (୦୨୫୧୦) ୧୫ ତାରିଖ ସକାଳ ୭ଟା ୫୦ରେ ଭୁୁବନେଶ୍ବର ରେଳେଷ୍ଟସନ୍ରୁ ଛାଡ଼ିବ। ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ରେ ବାଙ୍ଗାଲୁରୁରେ ପହଞ୍ଚିବ। ଏହି ଟ୍ରେନ୍ରେ ଗୋଟିଏ ଏସି-୨ ଟାୟାର, ୮ଟି ଏସି-୩ ଟାୟାର, ୧୦ଟି ସ୍ଲିପର୍ କ୍ଲାସ, ୨ଟି ସେକେଣ୍ଡ କ୍ଲାସ ସିଟିଂ ଓ ୨ଟି ଗାର୍ଡ/ଲଗେଜ୍ କୋଚ୍ ରହିବ। ଭୁବନେଶ୍ବରରୁ େବାଙ୍ଗାଲୁରୁକୁ ଯିବା ସମୟରେ ଏହି ଟ୍ରେନ୍ ଖୋର୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ସିକାକୁଲମ୍, ବିଜୟନଗରମ୍, ବିଶାଖାପାଟଣା, ରାଜମୁର୍ଦି, ବିଜୟୱାଡା, ପେରାମ୍ବୁର, ଆରାକୋନାମ୍, କୋଟପଡ଼ି, ଜୋଲାରପେଟ୍ଟାଇ, ବାଙ୍ଗରପେଟ୍, କିଷ୍ଣରାଜ୍ପୁରମ୍ ଓ େବଙ୍ଗାଲୁରୁ ପୂର୍ବ ଷ୍ଟେସନ୍ରେ ଅଟକିବ।
ବ୍ରହ୍ମପୁର-ପଲାସା ରେଳ ଷ୍ଟେସନ ମଧ୍ୟରେ ରେଳ ଟ୍ରାକ୍େର ପାଣି ଜମି ରହିଥିବାରୁ ଆଜି ସକାଳୁ ୧୬ଟି ଟ୍ରେନ୍ ବାତିଲ୍ କରାଯାଇଥିଲା। ୧୨ ତାରିଖରେ ଚାଲିବାକୁ ଥିବା ଚେନ୍ନାଇ-ଭୁବନେଶ୍ବର ଏକ୍ସପ୍ରେସ୍, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର, ଗୁଣୁପୁର-ପଲାସା-ଗୁଣୁପୁର ପାସେଞ୍ଜର, ଗୁଣୁପୁର-ପୁରୀ ପାସେଞ୍ଜର, ଝାରସୁଗୁଡ଼ାରୁ ଛାଡ଼ିବାକୁ ଥିବା ହଟିଆ-ଝାରସୁଗୁଡ଼ା ପସେଞ୍ଜର, ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଉଭୟ ପାର୍ଶ୍ବରୁ ବାତିଲ୍ ହୋଇଛି। ସେହିପରି ଜଗଦଳପୁର/ଜୁନାଗଡ଼ ରୋଡ୍-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍, ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସ୍, ପଲାସା-କଟକ ପାସେଞ୍ଜର, ଦୀଘା-ବିଶାଖାପାଟଣା ଟ୍ରେନ୍କୁ ୧୨ ତାରିଖ ପାଇଁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିଲା। ୧୩ ତାରିଖରେ ଛାଡ଼ିବାକୁ ଥିବା ଝାରସୁଗୁଡ଼ା-ହଟିଆ ପାସେଞ୍ଜର, ଝାରସୁଗୁଡ଼ା-ରାଉରକେଲା-ଝାରସୁଗୁଡ଼ା ପାସେଞ୍ଜର, ରାଉରକେଲା-ସମ୍ବଲପୁର-ରାଉରକେଲା ପାସେଞ୍ଜର ଉଭୟ ଦିଗରୁ ବାତିଲ୍ ହୋଇଛି। ୧୪ ତାରିଖ ପାଇଁ ଗୌହ୍ବାଟି-େବଙ୍ଗୁଲୁରୁ କାଣ୍ଟ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି। ୧୨ଟି ଟ୍ରେନ୍ର ସମୟ ସାରଣୀରେ ପରିବର୍ତନ ହୋଇଛି। ୧୩ ତାରିଖ ପାଇଁ ହାୱଡା-ଟିଟିଲାଗଡ଼-ହାୱଡା ଏକ୍ସପ୍ରେସ୍କୁ ଆଂଶିକ ବାତିଲ୍ କରାଯାଇଥିବା ବେଳେ ବିଶାଖାପାଟଣା-ପଲାସା ପାସେଞ୍ଜରକୁ ଆଂଶିକ ବାତିଲ୍ ଏବେ ବି ଜାରି ରହିଛି। ୯ଟି ଟ୍ରେନ୍ର ଗତିପଥରେ ପରିବର୍ତନ କରାଯାଇଥିବା ସୂଚନା ଦିଆଯାଇଥିଲା।
ଅପରାହ୍ଣରେ ଜାରି ହୋଇଥିବା ସୂଚନା ଅନୁଯାୟୀ ପାରାଦୀପ-କଟକ-ପରାଦୀପ ପାସେଞ୍ଜର ଟ୍ରେନ୍କୁ ଉଭୟ ପାର୍ଶ୍ବରୁ ବାତିଲ୍ କରାଯାଇଥିବା ବେଳେ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର, ପଲାସା-ଗୁଣୁପୁର-ପଲାସା ପାସେଞ୍ଜର, ଗୁଣୁପୁର-ପୁରୀ-ଗୁଣୁପୁର ପାେସଞ୍ଜରକୁ ଉଭୟ ପାର୍ଶ୍ବରୁ ବାତିଲ୍ କରାଯାଇଛି। ଆଉ ୮ଟି ଟ୍ରେନ୍ର ସମୟ ସାରଣୀରେ ପରିବର୍ତନ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ବର-ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଆଜିଠାରୁ ନିର୍ଦ୍ଧାରିତ ପଥରେ ଚାଲିଛି।