ପାର୍ବଣରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର : ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ପାଟଣା-ପୁରୀ ସ୍ପେସାଲ୍ ଟ୍ରେନ୍‌(୦୮୪୩୯/୦୮୪୪୦) ଅକ୍ଟୋବର ୧୬ରୁ ୩୧ ମଧ୍ୟରେ ପ୍ରତି ଶନିବାର ପୁରୀରୁ ଅପରାହ୍ଣ ୨ଟା ୫୫ରେ ଛାଡ଼ିବ। ଫେରିବା ଦିଗରେ ଏହି ଟ୍ରେନ୍‌ ପ୍ରତି ରବିବାର ଅପରାହ୍ଣ ୧ଟା ୪୫ରେ ପାଟଣାରୁ ଛାଡ଼ିବ।

ସେହିପରି ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ପେସାଲ୍(୦୮୫୭୯/୦୮୫୮୦) ଅକ୍ଟୋବର ୧୩ରୁ ୨୮ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟଣାରୁ ସନ୍ଧ୍ୟା ୭ଟାରେ ଛାଡ଼ିବ ଏବଂ ଫେରିବା ବାଟରେ ଏହା ସିକନ୍ଦରାବାଦରୁ ପ୍ରତି ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ଛାଡ଼ିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ପେସାଲ(୦୮୫୮୩/୦୮୫୮୪)ଅକ୍ଟୋବର ୧୮ରୁ ନଭେମ୍ବର ୨ ମଧ୍ୟରେ ପ୍ରତି ସୋମବାର ବିଶାଖାପାଟଣାରୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ିବ ଓ ଫେରିବା ମାର୍ଗରେ ଏହା ତିରୁପତିରୁ ପ୍ରତି ମଙ୍ଗଳବାର ରାତି ୯ଟା ୫୫ରେ ଛାଡ଼ିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ପେସାଲ୍(୦୮୫୮୫/୦୮୫୮୦୬) ଅକ୍ଟୋବର ୧୯ରୁ ନଭେମ୍ବର ୩ ମଧ୍ୟରେ ପ୍ରତି ମଙ୍ଗଳବାର ବିଶାଖାପାଟଣାରୁ ସନ୍ଧ୍ୟା ୫ଟା ୩୫ରେ ଛାଡ଼ିବ। ଫେରିବା ବାଟରେ ଏହା ସିକନ୍ଦରାବାଦରୁ ପ୍ରତି ବୁଧବାର ରାତି ୯ଟା ୫ରେ ଛାଡ଼ିବ। ହାଓଡା-ପୁରୀ-ହାଓଡା ସ୍ପେସାଲ୍(୦୮୧୭୯/୦୮୧୮୦) ଅକ୍ଟୋବର ୯ରୁ ନଭେମ୍ବର ୭ ମଧ୍ୟରେ ପ୍ରତି ଶନିବାର ହାଓଡାରୁ ରାତି ୮ଟା ୩୫ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ପୁରୀରୁ ପ୍ରତି ରବିବାର ସନ୍ଧ୍ୟା ୭ଟା ୨୦ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର