ଭୁବନେଶ୍ବର : ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ଉପଲବ୍ଧ କରାଇବା ପାଇଁ ଡିସେମ୍ବର ୧୨ରୁ ଜାନୁଆରି ଶେଷ ସପ୍ତାହ ପର୍ଯ୍ୟନ୍ତ ଆସାମର ନ୍ୟୁ ତିନସୁକିଆ ଓ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନ୍ୟୁ ତିନସୁକିଆ-ପୁରୀ ସ୍ଵତନ୍ତ୍ର ଟ୍ରେନ(୦୫୯୭୦) ୧୨ ତାରିଖରୁ ଜାନୁଆରି ୩୦ ପର୍ଯ୍ୟନ୍ତ ନ୍ୟୁ ତିନସୁକିଆରୁ ପ୍ରତି ରବିବାର ରାତି ୧୦ଟା ୩୦ରେ ଛାଡ଼ି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ପୁରୀରେ ପହଞ୍ଚିବ। ଫେରିବା ବାଟରେ ପୁରୀ-ନ୍ୟୁ ତିନସୁକିଆ ସ୍ପେସାଲ୍(୦୫୯୬୯) ଡିସେମ୍ବର ୨୦ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ପୁରୀରୁ ପ୍ରତି ବୁଧବାର ସକାଳ ୫ଟାରେ ଛାଡ଼ି ଗୁରୁବାର ଅପରାହ୍ନ ୪ଟା ୪୫ରେ ନ୍ୟୁ ତିନସୁକିଆରେ ପହଞ୍ଚିବ। ଏହି ‌ଟ୍ରେନ୍‌ ଦିବ୍ରୁଗଡ, ରଙ୍ଗିୟା, ନ୍ୟୁ ଜଲପାଇଗୁଡ଼ି, ମାଲଦା ଟାଉନ୍, ରାମପୁରହାଟ, ବର୍ଦ୍ଧମାନ, ଡାଙ୍କୁଣି, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ରହଣି କରିବ।