ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍, ଜଗଦଲପୁର ଓ ନୟାଗଡ଼ ଟାଉନକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ବ୍ରହ୍ମପୁର ଓ ବିଜୟନଗରମ୍‌ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍‌ ଏବଂ ଜଗଦଲପୁରକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିସହ ଭୁବନେଶ୍ୱରରୁ ନୟାଗଡ଼ ଟାଉନ୍‌ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ବତନ୍ତ୍ର ଟ୍ରେନ(୦୨୦୯୭) ଏପ୍ରିଲ ୧୦ରୁ ଭୁବନେଶ୍ୱରରୁ ରାତି ୯ଟା ୪୦ରେ ବାହାରି ତା’ ପରଦିନ ପୂର୍ବାହ୍ନ ୯ଟା ୧୦ରେ ଜୁନାଗଡ଼ ରୋଡ୍‌ରେ ପହଞ୍ଚିବ। ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌(୦୨୦୯୮) ଏପ୍ରିଲ ୧୧ରୁ ଜୁନାଗଡ଼ ରୋଡ୍‌ରୁ ସନ୍ଧ୍ୟା ୫ଟା ୩୦ରୁ ବାହାରି ତା’ ପରଦିନ ସକାଳ ୫ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍‌(୦୮୪୪୭) ଏପ୍ରିଲ ୨୦ରୁ ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୫ରେ ଛାଡ଼ି ତା’ ପରଦିନ ପୂର୍ବାହ୍ନ ୧୧ଟା ୫୫ରେ ଜଗଦଲପୁରରେ ପହଞ୍ଚିବ। ଜଗଦଲପୁର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌(୦୮୪୪୮) ଏପ୍ରିଲ ୨୧ରୁ ଜଗଦଲପୁରରୁ ଅପରାହ୍‌ଣ ସାଢ଼େ ୪ଟାରେ ବାହାରି ତା’ ପରଦିନ ସକାଳ ୮ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ପୂର୍ବରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର-କୋରାପୁଟ ମଧ୍ୟରେ ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ମାର୍ଗ ଦେଇ ଚଳାଚଳ କରୁଥିଲା। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ଏପ୍ରିଲ୧୯ରୁ ଭୁବନେଶ୍ୱରରୁ ଓ ଏପ୍ରିଲ ୨୦ରୁ କୋରାପୁଟରୁ ବାତିଲ କରାଯାଇ କୋଭିଡ୍‌ ପୂର୍ବର ନିର୍ଧାରିତ ଚଳାଚଳ ମାର୍ଗ ଭାୟା ବ୍ରହ୍ମପୁର, ବିଜୟନଗରମ୍ ଓ ରାୟଗଡ଼ା ଦେଇ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏପ୍ରିଲ ୧୩ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ବତନ୍ତ୍ର ଟ୍ରେନ(୦୮୪୨୩) ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍‌ରେ ପହଞ୍ଚିବ। ନୟାଗଡ଼ ଟାଉନ-ଭୁବନେଶ୍ବର ଟ୍ରେନ୍‌(୦୮୪୨୪) ନୟାଗଡ଼ରୁ ସକାଳ ୬ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ। ଏହି ଟ୍ରେନ୍‌ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ ରୋଡ୍‌ରେ ରହଣି କରିବ।

ସମ୍ବନ୍ଧିତ ଖବର