ଚାଲୁ ରହିବ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ‌ମେ’ ୧୨ ଓ ଜୁନ୍‌ ପହିଲାରୁ ସ୍ୱତନ୍ତ୍ର ମାର୍ଗ ଓ ସମୟ ସାରଣୀରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି। ଯେପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନି, ସେପର୍ଯ୍ୟନ୍ତ ତାହା ପୂର୍ବଭଳି ଚାଲୁ ରହିବ। ଲକ୍‌ଡାଉନ୍ ପରେ ଏହି ଟ୍ରେନ୍‌ଗୁଡ଼ିକରେ ଯେଉଁମାନେ ଟିକେଟ୍ ନେଇଛନ୍ତି, ତାହା ବୈଧ (ଭ୍ୟାଲିଡ୍‌) ରହିବ। ଯେଉଁ ନିୟମିତ ମେଲ୍‌/ଏକ୍ସପ୍ରେସ୍ ଟ୍ରେନ୍‌, ପ୍ରିମିୟମ ଟ୍ରେନ୍‌, ଇଣ୍ଟରସିଟି ଓ ଲୋକାଲ ପାସେଞ୍ଜର ଟ୍ରେନ୍ ସହ ମେମୁ ଟ୍ରେନ୍‌ଗୁଡ଼ିକ ପୂର୍ବରୁ ଜୁନ୍ ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତିଲ ହୋଇଥିଲା, ତାହା ପୁନର୍ବାର ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ୍‌ କରାଗଲା। ଯେତେ ସବୁ ଟିକେଟ୍ ଏହି ନିୟମିତ ଟାଇମ୍ ଟେବୁଲ୍‌ ଟ୍ରେନ୍‌ରେ ଅଗଷ୍ଟ ୧୨ ପର୍ଯ୍ୟନ୍ତ କରାଯାଇଛି, ତାହାର ସଂପୂର୍ଣ୍ଣ ଫେରସ୍ତ ନିୟମାନୁସାରେ କରାଯିବ। କୋଭିଡ୍‌-୧୯ ପୂର୍ବରୁ ଯେତେ ସବୁ ଟିକେଟ୍ କରାଯାଇଛି, ସମସ୍ତ ଟିକେଟ୍‌ ବାତିଲ ହୋଇଯିବ।

ସମ୍ବନ୍ଧିତ ଖବର