ଜୁନ ଶେଷ ଯାଏ ଚାଲିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧି ଜୁନ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ୪ଟି ଟ୍ରେନ୍‌ ଷ୍ଟପେଜଗୁଡ଼ିକର ଅପସାରଣ ହୋଇଛି। ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍‌ ଏପ୍ରିଲ ୨ରୁ ଚେନ୍ନାଇରୁ ଓ ଭୁବନେଶ୍ୱରରୁ ଏପ୍ରିଲ ପହିଲାରୁ ଉଭୟ ଦିଗରୁ ସାମଲକୋଟ ଷ୍ଟେସନଠାରେ, ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର ସ୍ପେସାଲ୍ ଭୁବନେଶ୍ୱରରୁ ଏପ୍ରିଲ୍ ୬ରୁ ଓ ପଣ୍ଡିଚେରୀରୁ ଏପ୍ରିଲ ୭ରୁ ଅଣକାପଲ୍ଲୀ ଷ୍ଟେସନରେ, ଭୁବନେଶ୍ୱର ରାମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱରରୁ ଏପ୍ରିଲ ୨ରୁ ଏଲୁରୁ ଷ୍ଟେସନ୍‌ରେ, ଭୁବନେଶ୍ୱର-ତିରୁପତି ସ୍ବତନ୍ତ୍ର ଟ୍ରେନ୍‌ ଏପ୍ରିଲ ୩ରୁ ଅଣକାପଲ୍ଲୀ ଓ ଟୁନି ଷ୍ଟେସନରେ ରହଣି କରିବ ନାହିଁ। ଭୁବନେଶ୍ୱର-ପଣ୍ଡିଚେରୀ ସ୍ପେସାଲ୍ ଭୁବନେଶ୍ୱରରୁ ଏପ୍ରିଲ ୬ରୁ ଏବଂ ଭୁବନେଶ୍ୱର-ରାମେଶ୍ୱରମ୍ ସ୍ପେସାଲ୍‌ ଭୁବନେଶ୍ୱରରୁ ଏପ୍ରିଲ ୪ରୁ ଗୁଡୁର ଷ୍ଟେସନ ସମୟରେ ସଂଶୋଧିତ ହୋଇଛି। ଉଭୟ ଟ୍ରେନ୍ ଗୁଡୁରରେ ସକାଳ ୫ଟା ୩୩ରେ ପହଞ୍ଚିବେ ଓ ସକାଳ ୫ଟା ୩୫ରେ ଛାଡ଼ିବେ।

ସମ୍ବନ୍ଧିତ ଖବର