ଅନୁଗୁଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିନ୍ନରଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ। ଓଡ଼ିଶାରେ କୌଣସି ଡାକ୍ତରଖାନାରେ କିନ୍ନରଙ୍କ ପାଇଁ ଏମିତି ସ୍ବତନ୍ତ୍ର ଇନଡୋର୍‌ ୱାର୍ଡ ଖୋଲାଯିବା ପ୍ରଥମ ବୋଲି କୁହାଯାଉଛି। ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ୱାର୍ଡ ଖୋଲାଯାଇଥିଲାବେଳେ ଏଠାରେ ଦୁଇଟି ଶଯ୍ୟା ରହିଛି। ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି।

Advertisment

କିନ୍ନରମାନେ ଡାକ୍ତରଖାନାକୁ ଆସିଲେ କେଉଁ ୱାର୍ଡରେ ରହିବେ, ତାକୁ ନେଇ ଆଗରୁ ସମସ୍ୟା ହେଉଥିଲା। କେତେବେଳେ ସେମାନଙ୍କୁ ପୁରୁଷ ୱାର୍ଡରେ ତ କେତେବେଳେ ମହିଳା ୱାର୍ଡରେ ରଖାଯାଉଥିଲା। କିନ୍ତୁ ଏଥିରେ କିନ୍ନରମାନେ ଅସହଜ ଅନୁଭବ କରୁଥିଲେ। ଏଥିନେଇ ଅନୁଗୁଳର ସମାଜସେବୀ ତଥା କିନ୍ନର ଚିନ୍ମୟୀ ଦାଶ ସିଡିଏମଓଙ୍କୁ ଅବଗତ କରାଇବା ସହ କିନ୍ନରଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ଅନୁରୋଧ କରିଥିଲେ। ଏହାପରେ ଏକ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସିଡିଏମଓ। ଆଜି ଏହି ୱାର୍ଡକୁ ଉଦ୍‌ଘାଟନ କରାଯାଇଛି। ଏହି ୱାର୍ଡରେ କେବଳ କିନ୍ନରମାନେ ରହି ଚିକିତ୍ସିତ ହୋଇପାରିବେ।