କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: ବର୍ତ୍ତମାନ କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହୁଛି । ଆଗରୁ ମାନସିକ ରୋଗ ଥିଲେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସବୁବେଳେ ନିଜକୁ ନିୟୋଜିତ କରି ରଖିବାକୁ ଚେଷ୍ଟା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

କୋଭିଡ ସଂପର୍କିତ ସୂଚନାମୂଳକ କାର୍ଯ୍ୟକ୍ରମରେ ମାନସିକ ରୋଗ ବିଶେଷଜ୍ଞ ସରଦା ସ୍ୱାଇଁ କହିଛନ୍ତି ଯେ, ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ କୋଭିଡ ଔଷଧ ସହ ମାନସିକ ରୋଗର ଔଷଧ ଖାଇପାରିବେ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବେ । ସବୁ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଯାନ ଯୋଗାଯାଇଛି । ସାକ୍ଷାତ ଓ ଭିଡିଓ କଲରେ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଭ୍ରାମ୍ୟମାଣ ଯାନ ମାନସିକ ରୋଗୀଙ୍କ ନିକଟରେ ଔଷଧ ପହଂଚାଇବାର ବ୍ୟବସ୍ଥା ରହିଛି ।

କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ କରୋନା ଅଧିକ ଆକ୍ରାମକ ହୁଏ । ତେଣୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ । ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ପାଦରେ ଚାଲନ୍ତୁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର