ଜୟପୁର: ଗୋଟିଏ ପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମରୁଡ଼ି। ଅନ୍ୟପଟେ ଥିବା ସ୍ବଳ୍ପ ସଂଖ୍ୟ ବିଶେଷଜ୍ଞ ଡାକ୍ତରଙ୍କର ଦିନ ୧୨ଟା ପରେ ଆଉ ଦେଖା ମିଳୁନଥିବା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଏହା ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହା ସହ ନୂଆ ନିର୍ମାଣାଧୀନ ଥିବା ୭ମହଲା ଡାକ୍ତରଖାନାର କାମ ସରିବା ନାଁ ନେଉନି। ଅପରପକ୍ଷରେ ଉପଲବ୍ଧ ଥିବା କିଛି ବିଭାଗର ଅଧିକା ବିଶେଷଜ୍ଞଙ୍କୁ ବସିବା ପାଇଁ ବଡ ରୁମ କିମ୍ବା ସିଟ୍ ନଥିବା ଦେଖିବାକୁ ମିଳିଛି। ସୂଚନାଅନୁଯାୟୀ, ଗତ ୨୦୧୮ମସିହାରେ କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ଆଉ କିଛି ନୂଆ ରୁମ ବି ନିର୍ମାଣ ହୋଇଥିଲା। ଗୋଟିଏ ପଟେ ଗତ ୬ବର୍ଷ ପରେ ବି ଧାର୍ଯ୍ୟସଂଖ୍ୟକ ବିଶେଷଞ ଡାକ୍ତର ପୁରଣ ହୋଇ ପାରିନି। ଅପରପକ୍ଷରେ ଥିବା ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରେ ଆସି ଦିନ ୧୨ଟା ପର୍ଯ୍ୟନ୍ତ ରହି ପଳାଇଯାଉଛନ୍ତି। ବହୁତ ଜରୁରୀ ଡାକାରା ହେଲେ ଆସୁଛନ୍ତି ନଚେତ କାହାରି ଦେଖା ମିଳୁନି। ରବିବାର ଆସିଲେ କାଁଭାଁ କିଛି ଏମବିବିଏସ୍ ଡାକ୍ତରଙ୍କୁ ବାଦ୍ ଦେଲେ କିଛି ପରୀକ୍ଷା ନିରୀକ୍ଷା ବି ହେଉନଥିବା ଅଭିଯୋଗ ହୋଇଛି।
ଡିଏଚଏଚରେ ବିଶେଷଜ୍ଞ ଓ ସାଧାରଣ ଡାକ୍ତର ମିଶାଇ ୧୩୧ଟି ପଦବୀ ରାଜ୍ୟସରକାର ଧାର୍ଯ୍ୟ କରିଛନ୍ତି। ପ୍ରସୁତି ଓ ସ୍ତ୍ରୀ ବିଶେଷଞ, ଭେଷଜ, ସର୍ଜରୀ, ଚକ୍ଷୁ , କର୍ଣ୍ଣ ନାଶା ଓ ଗଳା, ଦନ୍ତ ଆଦି ବିଶେଷଞ ରହିଛନ୍ତି। ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜୀ, ନିଶ୍ଚେତକ, ମନସ୍ଥତ୍ୟବିତ୍ ଭଳି ବହୁ ଜରୁରୀ ବିଶେଷଞ ପଦବୀ ଖାଲି ପଡ଼ିଛି। ଏବେ ଭେଷଜ ବିଶେଷ୍ଞ ୩ଜଣ , ସ୍ତ୍ରୀ ଓପ୍ରସୁତି ବିଶେଷଜ୍ଞ ୪ଜଣ, ଚକ୍ଷୁ, ଇଏଣ୍ଡଟି , ଦନ୍ତ, , ଅସ୍ଥିଶଲ୍ୟ, ସର୍ଜନ, ଶିଶୁ ବିଷେଞ ୨ଜଣ ଲେଖାଏଁ , ଚର୍ମରୋଗ ବିଶେଷଞ ଜଣେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ସୂଚନା ମିଳିଛି। ଏଭଳିକି କିଛି ଡାକ୍ତର ଏବେ ବି କୋରାପୁଟରୁ ଯିବା ଆସିବା କରୁଥିବାରୁ ସେମାନେ ମନ ଇଛା ସମୟରେ ଆସୁଛନ୍ତି। ଆଉ କିଛି ଡାକ୍ତର ରୋଗୀଙ୍କୁ ବିଭିନ୍ନ ପରୀକ୍ଷା କରିବାକୁ କହିବା ସହ ଡାକ୍ତରଖାନା ବଦଳରେ କ୍ଲୀନିକର ଠିକଣା ଦେଇ ସମୟ ଧାର୍ଯ୍ୟ କରି ସେଠାକୁ ଯିବାକୁ କହୁଥିବା ବି ଦେଖିବାକୁ ମିଳିଛି।
ତେବେ ଅଧିକାଂଶ ବିଶେଷଜ୍ଞ ଡାକ୍ତରଙ୍କ ସ୍ବତନ୍ତ୍ର ୱାର୍ଡର ରୁମ ବହୁ ଛୋଟ ରହିଥିବା ବେଳେ ସେଥି ମଧ୍ୟରେ ହିଁ ପରୀକ୍ଷା କରିବାକୁ ଥିବା ଯନ୍ତ୍ରାଂଶ ଓ ବସିବାକୁ ସ୍ଥାନ ଅଭାବ ଦେଖିବାକୁ ମିଳିଛି। ଏହା ଫଳରେ ଏହି ବିଶେଷଜ୍ଞ ଡାକ୍ତରମାନେ ପାଳି କରି ଚିକିତ୍ସା କରୁଥିବା କହିଛନ୍ତି। ତେବେ ସେମାନେ ବସିବା ପାଇଁ ରୁମ ଓ ସିଟ୍ ଅଭାବ ସେମାନେ ଗୋଟିଏ ଓଳିଏ ଡ୍ୟୁଟି କରିବା ଏବଂ କ୍ଲିନିକ୍ ଯିବାକୁ ବାଧ୍ୟ ହେଉଥିବା କିଛି ଡାକ୍ତର କହିଛନ୍ତି। ଅପରପକ୍ଷରେ ନୂଆ ନିର୍ମାଣାଧୀନ ଡିଏଚଏଚ୍ ର ନିର୍ମାଣ ସରିଲେ ଯାଇ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଡିଏମଓ ଡ.ଆରଏନ୍ ମିଶ୍ର। ଡାକ୍ତରଖାନାରେ ଅବ୍ୟବହୃତ କିଛି କୋଠା ରହିଥିଲେ ହେଁ ବହୁ ବୈଷୟିକ କାରଣ ଓଖର୍ଚ୍ଚ ଏବଂ ରୋଗୀଙ୍କ ପାଇଁ ଦୂରତାକୁ ଦୃଷ୍ଟିରେ ରଖି ନୂଆ କୋଠାରେ ଏଭଳି ସ୍ବତନ୍ତ୍ର ୱାର୍ଡ ଖୋଲି ହେବ ନାହିଁ ବୋଲି କହିଛନ୍ତି ଡିଏମଓ ଡ.ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/jpr-dhh-1.jpg)