ରାଜ୍ୟ ଯୋଜନା ଅଧିକାରୀଙ୍କ ପାଇଁ ଦୁଇ ଦିନିଆ ସ୍ବତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ବର : ଆସନ୍ତା ୨୩ ଓ ୨୪ ତାରିଖରେ ଓଡ଼ିଶା ରାଜ୍ୟ ଯୋଜନା ମେସିନାରି ଅଫିସର୍ସ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ସାଧାରଣ ପରିଷଦ ବୈଠକରେ ଯୋଗଦେବାକୁ ଆସୋସିଏନର ସଦସ୍ୟ ଥିବା ଯୋଜନା ଅଧିକାରୀଙ୍କ ପାଇଁ ଗୃହ ବିଭାଗ ଦୁଇ ଦିନିଆ ଛୁଟି ମଞ୍ଜୁର କରିଛି। ଏ ନେଇ ଆସୋସିଏସନର ସାଧାରଣ ସମ୍ପାଦକ ଦେବରାଜ ଶତପଥୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର