ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ ଜାରି ରଖିଛି।’

ସେ ଆହୁରି କହିଛନ୍ତି, ‘ ମାମାନେ ଜନ୍ମରୁ ନେତା। ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି। ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ  ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ। ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ। ଆମେ କଥା ନୁହେଁ କାମରେ ବିଶ୍ବାସ କରୁ। ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମାମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମାମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର, ରାସନ କାର୍ଡ, ଝିଅମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି। ମାମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢେଇ ଜାରି ରହିବ।
ପୌର ଓ ପଞ୍ଚାୟତରେ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଜେଡି ସଂସଦରେ ୩୩ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର