ସମ୍ବଲପୁର: ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ। ଓଡ଼ିଶା ଲୋକଙ୍କ ପାଇଁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ ଦେଉଛି। ସମାଜର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ।ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ତିଆରି ହୋଇଛି। ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଗତ ୧୦ ବର୍ଷରେ ରେଳବାଇ କ୍ଷେତ୍ରରେ ବିକାଶ ଲାଗି ଓଡ଼ିଶାକୁ ୧୨ଗୁଣା ଅଧିକ ଅନୁଦାନ ଦିଆଯାଇଛି। ଆଜିଠାରୁ ସୋନପୁରକୁ ରେଳସଂଯୋଗ ହୋଇଛି। ଏହାଫଳରେ ଜଗନ୍ନାଥଙ୍କ ଦର୍ଶନ ସୁବିଧାଜନକ ହେବ। ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ଚାଲିଛି ପ୍ରୟାସ କରାଯାଇଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ। ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ କରାଯାଇଛି।
ଗତ ୧୦ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୨ଗୁଣା ଅଧିକ ଅନୁଦାନ ଦିଆଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
/sambad/media/post_attachments/wp-content/uploads/2024/02/otet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)