ନୂଆ ଜଗନ୍ନାଥ ସଡ଼କ: ହମ୍ପ୍‌ସ ଦେଉଛି ଯନ୍ତ୍ରଣା

ନିରାକାରପୁର : ବେପରୁଆ ଭାବେ ଗାଡ଼ିଚାଳନା ସହ ଯାନବାହନ ଗତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରାସ୍ତାରେ ହମ୍ପ୍‌ସ ତିଆରି କରାଯାଇଥିଲା। ହେଲେ ଆବଶ୍ୟକତାଠାରୁ ଅତ୍ୟଧିକ ହମ୍ପସ ନିର୍ମାଣ ଯୋଗୁଁ ଏବେ ତାହା ଯାତ୍ରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃ‌ଷ୍ଟି କରିଛି। ୧୬ ନମ୍ବର ଜାତୀୟ ରାଜପଥରୁ ନିରାକାରପୁର ଦେଇ ପୁରୀକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କରେ ଶହ ଶହ ହମ୍ପସ ଏହି ରାସ୍ତାରେ ଦୁର୍ଘଟଣା ହ୍ରାସ କରିବା ବଦଳରେ ଏବେ ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇ ଦେଇଛି। ହମ୍ପସ ପୂର୍ବରୁ କୌଣସି ବେଗ ନିୟନ୍ତ୍ରକ ବ୍ୟବସ୍ଥା ଅଥବା ସଙ୍କେତ ନ ଥିବା ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି।

ନୂଆ ଜଗନ୍ନାଥ ସଡକର ରାମେଶ୍ୱର ମେଡିକାଲ ଛକଠାରୁ ଆରମ୍ଭକରି ଲେଣ୍ଡୋ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ହମ୍ପସ୍‌ ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ାଇ ଦେଉଛି। ରାମେଶ୍ୱରଠାରେ ନିର୍ମିତ ହମ୍ପସ ଅପେକ୍ଷା ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରୁ ଶ୍ରୀରାମ ମନ୍ଦିର ମାତ୍ର ୧କିଲୋମିଟର ରାସ୍ତାରେ ୭ଟି ସ୍ଥାନରେ ଗୋଟିଏ ରମ୍ବଲରର୍ସରେ ୧୭ରୁ ଅଧିକ ହମ୍ପସ୍‌ ନିର୍ମାଣ ହୋଇଛି। ଯାହାଦ୍ୱାରା ଯାତ୍ରିବାହୀ ବସ୍‌, ପୁଲିସ୍‌ ଭ୍ୟାନ, ଦମକଳ, ଆମ୍ବୁଲାନ୍ସ, ସ୍କୁଲ ଗାଡିସମେତ ବୃଦ୍ଧବୃଦ୍ଧାଙ୍କ ଯାତାୟତରେ ଅନ୍ତରାୟ ସୃଷ୍ଟି ହେଉଛି। ଏତଦ୍‌ ବ୍ୟତିତ ତ୍ରୁଟିପୂର୍ଣ୍ଣ ହମ୍ପସ୍‌ ଯୋଗୁଁ ଅନେକ ସମୟରେ ଆକସ୍ମିକ ଭାବେ ଦୁର୍ଘଟଣା ମାନ ଘଟୁଛି।

ସମ୍ବନ୍ଧିତ ଖବର