ଯାଜପୁର: ଯାଜପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ଆଜି ସକାଳେ ପାଣିକୋଇଲି ଛକ ପାଖରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ୬ ଟି ୫୦ ଲିଟର ସ୍ପିରିଟ ଜାର୍ ସହ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲା।
ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ରରୁ ଅବକାରୀ ବିଭାଗ ସ୍ବାର୍ଡର ଅଧିକାରିଣୀ ସ୍ପପ୍ନାରାଣୀ ସାହୁ ଖବର ପାଇଥିଲେ ଯେ ହରିପୁର ଅଞ୍ଚଳର ତ୍ରିଲୋଚନ ସାହୁ କୋଲକତା ବଡ ବଜାର ଅଞ୍ଚଳରୁ ଟ୍ରକ ଯୋଗେ ସ୍ପିରିଟ ମଗାଉଥିଲେ। ଆଜି ସକାଳ ସମୟରେ ଅବକାରୀ ବିଭାଗ ୩ଶହ ଲିଟର ସ୍ପିରିଟ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।
୩୦୦ ଲିଟର ସ୍ପିରିଟ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2020/09/jaj-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)