ଭୁବନେଶ୍ୱର : ଛେପ ପକେଇଲା ବୋଲି…ମିଳିମିଶି ପିଟିଲେ, ଯୁବକ ଗୁରୁତର

serious

ଭୁବନେଶ୍ୱର : ଛେପ ପକେଇଦେଲା ବୋଲି ଯୁବକକୁ ନିସ୍ତୁକ ମାଡ଼। ଲହୁଲୁହାଣ ହୋଇ ଯୁବକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ମଞ୍ଚେଶ୍ୱର ଥାନା ଅଂଚଳରେ ଘଟିଛି।

ସୂଚନା ମୁତାବକ, ସତ୍ୟବିହାର ଛକରେ କିଛି ଯୁବକ ଛିଡା ହୋଇଥିଲେ। ସେହି ବାଟ ଦେଇ ଜଣେ ଯୁବକ ଯିବା ବେଳେ ପାନ ଛେପ ପକାଇଥିଲେ। ଛିଡା ହେଇ ଖଟି କରୁଥିବା ଯୁବକଙ୍କ ଉପରେ ଛେପ ପଡିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଛେପରୁ କରୋନା ବ୍ୟାପିବା ଭୟ ଥିବାରୁ ଯୁବକମାନେ ସମ୍ପୃକ୍ତ ଯୁବକକୁ ପିଟିଥିଲେ। ଯୁବକ ଜଣକ ରକ୍ତାକ୍ତ ହୋଇ ତଳେ ପଡିଯିବା ପରେ ମାଡ଼ ମାରିଥିବା ଯୁବକମାନେ ହିଁ ତାକୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଯୁବକଙ୍କ ପରିଚୟ ଜଣା ପଡି ନାହିଁ।

ସମ୍ବନ୍ଧିତ ଖବର