ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା, ଜାଣନ୍ତୁ ଓଡ଼ିଶାରେ କେଉଁ ଜିଲ୍ଲାରେ ଏହା ଲାଗୁ ହେବ

ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ବ୍ରହ୍ମପୁର: ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗଞ୍ଜାମ ଜିଲ୍ଲାରେ ଏହା ଲାଗୁ ହେବାକୁ ଯାଉଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ‘ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦୟାକରି ର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ। ମାସ୍କ ବ୍ୟବହାର ବାଧ୍ୟତାମୂଳକ। ’

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କିଛି ଦିନ ତଳେ ଗଂଜାମ ଜିଲ୍ଲାର ନାଗରିକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ସେ ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ, କରୋନା ମୁକାବିଲା ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସହରାଞ୍ଚଳରେ ମାସ୍କ ନ ପିନ୍ଧି ବୁଲୁଥିବା ଲୋକଙ୍କ ଠାରୁ ୧୦୦୦ ଟଙ୍କା ଓ ଗ୍ରାମାଞ୍ଚଳର ଲୋକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ ଆଦେଶ ଦେଇଥିଲେ ।

ସମଗ୍ର ଦେଶ ସମେତ ଓଡ଼ିଶାରେ କରୋନା ମୁକାବିଲା ପାଇଁ ଲକଡାଉନ ଜାରି ଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ପଦକ୍ଷେପକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର