ଭୁବନେଶ୍ବର: ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡ଼ିବ ସ୍ପେଶାଲ ଟ୍ରେନ୍। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ଏକ ସ୍ବତନ୍ତ୍ର ରେଳ ଚଳାଚଳ ଆରମ୍ଭ କରିବ। ଏହି ଟ୍ରେନ୍ କଟକ, ଭୁବନେଶ୍ୱର ସହ ଓଡ଼ିଶା, ତେଲେଙ୍ଗାନା, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ। ଆବଶ୍ୟକ ହେଲେ ଟ୍ରେନରେ ପାର୍ସଲ ଭ୍ୟାନ୍ର ବ୍ୟବସ୍ଥା ରହିବ। ଏହି ପାର୍ସଲ ଭ୍ୟାନ୍ରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp