ଓଡ଼ିଶା ସରକାର ନିଯୁକ୍ତି କରିବେ ଏସପିଓ(ସ୍ପେଶାଲ ପୁଲିସ ଅଫିସର), ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ଓଡ଼ିଶା ପୁଲିସ ପକ୍ଷରୁ ଏସପିଓ ବା ସ୍ପେଶାଲ ପୁଲିସ ଅଫିସର ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଛି | ଲକଡାଉନ ସମୟରେ ପୁଲିସ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଏସପିଓମାନଙ୍କୁ ନିଯୁକ୍ତି ଦିଆଯିବ | ଏହି ପୁଲିସ ଅଫିସରମାନଙ୍କୁ ମାସିକ ୧୩ ହଜାର ଟଙ୍କା ବେତନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମେଡିକାଲ ଟେଷ୍ଟ ଓ ସାକ୍ଷାତକାର ପରେ ନିଯୁକ୍ତି ଦିଆଯିବ |
କେଉଁମାନେ ଆବେଦନ କରିପାରିବେ
୧-ରାଜ୍ୟ ପୁଲିସ ବା କେନ୍ଦ୍ରୀୟ ପୁଲିସ ବିଭାଗରୁ କନେଷ୍ଟବଳ, ହାବିଲଦାର, ସବଇନ୍ସପେକ୍ଟର ଭାବେ ଅବସର ନେଇଥିବେ
୨-୧୩.୦୫.୨୦୨୦ ସୁଦ୍ଧା ତାଙ୍କ ବୟସ ସର୍ବାଧିକ ୬୨ ବର୍ଷ ମଧ୍ୟରେ ହୋଇଥିବ
୩-ଓଡ଼ିଆ ଭାଷା ପଢ଼ିପାରୁଥିବା ଓ ଲେଖିପାରୁଥିବା ଆବଶ୍ୟକ
୪-ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବ

Zee News

ଏହି ଯୋଗ୍ୟତା ଥିବା ବ୍ୟକ୍ତିମାନେ ଆସନ୍ତା ମେ ୧୮ ତାରିଖରୁ ୨୧ ତାରିଖ ଓ ୨୬ ତାରିଖରେ ସମ୍ପୃକ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବା କମିସନରେଟ ପୁଲିସ ଅଫିସରେ ଆସି ଭାଗ ନେଇ ପାରିବେ | ଏଠାରେ ତାଙ୍କର ମେଡିକାଲ ଟେଷ୍ଟ ହେବା ପରେ ସାକ୍ଷାତକାର ନିଆଯିବ | ତେବେ ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ହେବ ବୋଲି ସ୍ପଷ୍ଟ କରାଯାଇଛି |

ସମ୍ବନ୍ଧିତ ଖବର