୧୦୦ କଲେଜରେ ଖୋଲିବ ସ୍ପୋକନ୍‌ ଟ୍ୟୁଟୋରିଆଲ୍‌

ଆଇଆଇଟି ମୁମ୍ବାଇ ସହ ଉଚ୍ଚଶିକ୍ଷା ବିଭାଗର ବୁଝାମଣା

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରୁ ରାଜ୍ୟର ଶହେ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସ୍ପୋକନ୍‌ ଟ୍ୟୁ‌େଟାରିଆଲ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବ। ମୁମ୍ବାଇ ଆଇଆଇଟି ସହାୟତାରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ଆଜି ଇଡକଲ୍‌ ସଭାକକ୍ଷରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଓ ଆଇଆଇଟି, ମୁମ୍ବାଇ ଦ୍ବାରା ପରିଚାଳିତ ସ୍ପୋକନ୍‌ ଟ୍ୟୁ‌େଟାରିଆଲ୍‌ର ଜାତୀୟ ସଂଯୋଜକଙ୍କ ମଧ୍ୟ‌ରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଉତ୍ସବରେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ଉପସ୍ଥିତିରେ ବିଭାଗର ଅତିରିକ୍ତ ଶାସନ ସଚିବ ପାର୍ଥସାରଥି ମିଶ୍ର ଓ ସ୍ପୋକନ୍‌ ଟ୍ୟୁେଟାରିଆଲ୍‌ ପକ୍ଷରୁ ଶ୍ୟାମା ଆୟାର ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ଉଚ୍ଚଶିକ୍ଷା ବିଭାଗ ଅଧୀନ କଲେଜଗୁଡ଼ିକର ଛାତ୍ରଛାତ୍ରୀ କମ୍ପ୍ୟୁଟର୍‌ ସଫ୍ଟୱେୟାର ସଂପର୍କିତ ଆଧୁନିକ ଜ୍ଞାନକୌଶଳ ବିନା ମୂଲ୍ୟରେ ପାଇପାରି‌ବେ।

ସମ୍ବନ୍ଧିତ ଖବର