କସ୍ତୁରୀ, ସୁଲତା ବିଜେଡି ମୁଖପାତ୍ର

ବିଜେଡିର ୧୮ ଜଣ ମୁଖପାତ୍ର

ଭୁବନେଶ୍ବର : ବିଜୁ ମହିଳା ଜନତା ଦଳର ଉପଦେଷ୍ଟା କସ୍ତୁରୀ ମହାପାତ୍ର ଏବଂ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ସୁଲତା ଦେଓଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ସେହିପରି ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ଆବାହକ ଭାବେ ନନ୍ଦଲାଲ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ସଭାପତି । ବିଜେଡିର ମୁଖପାତ୍ର ଭାବେ ପୂର୍ବରୁ ଥିବା ନେତାମାନେ ହେଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରତାପ ଦେବ, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ସମୀର ଦାଶ, ରବି ନନ୍ଦ, ଦେବାଶିଷ ମାର୍ଣ୍ଡି, ଗିରିଧାରୀ ମହାନ୍ତି, ଅସୀମ ଅମିତାଭ ଦାସ, ଅମର ପଟ୍ଟନାୟକ, ସୁଲୋଚନା ଦାସ ଓ ସସ୍ମିତ ପାତ୍ର । ଏବେ କସ୍ତୁରୀ ମହାପାତ୍ର ଓ ସୁଲତା ଦେଓଙ୍କ ନିଯୁକ୍ତି ପରେ ଦଳର ମୁଖପାତ୍ର ସଂଖ୍ୟା ୧୮ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର