ଭୁବନେଶ୍ବର : ରାଜ୍ୟରେ ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିବାକୁ ଯାଉଛି। ଷୋଡ଼ଶ ବିଧାନସଭା ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର କ୍ଷମତାକୁ ଆସିବ। ଏହି ଅବସରରେ ଆଜି ଦଳର କର୍ମକର୍ତ୍ତା, ମୁଖପାତ୍ର ଓ ମିଡିଆ ପାନେଲିଷ୍ଟମାନେ ନବୀନ ନିବାସ ଯାଇ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ୨୦୧୯ ନିର୍ବାଚନରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ସଂଖ୍ୟାଧିକ ଆସନରେ ବିଜୟୀ ହେବା ସହିତ ରାଜ୍ୟରେ ସରକାର ଗଢ଼ୁଥିବାରୁ କର୍ମୀମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରତାପ କେଶରୀ ଦେବ, ପ୍ରୀୟଦର୍ଶୀ ମିଶ୍ର, ମାନସ ମଙ୍ଗରାଜ, ବିଜୟ ନାୟକ, ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ସୁଲୋଚନା ଦାସ, ସୁଲତା ଦେଓ, ସୁବାସ ସିଂହ, ମିହିର କୁମାର ମହାନ୍ତି, କସ୍ତୁରୀ ମହାପାତ୍ର, ସଞ୍ଜୟ ବାବୁ, ଚକ୍ରଧର ଦାଶ, ଭରଦ୍ବାଜ ମିଶ୍ର, ଅସିମ ଅମିତାଭ ଦାସ, ପ୍ରଶାନ୍ତ ରାଏସିଂହ, ତେଜେଶ୍ବର ପରିଡ଼ା, ଚିନ୍ମୟ ସାହୁ, ସନ୍ତୋଷ ଲେଙ୍କା, ବିଶ୍ବଜିତ ମହାନ୍ତି, ପ୍ରବୀର ମହାନ୍ତି ଓ ଗିରିଧାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/BJD.jpg)