ଭୁବନେଶ୍ବର : ପ୍ରଥମ ଥର ଲାଗି ଭାରତରେ କ୍ରୀଡ଼ା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ ଆଇଟି-୨୦୨୦’ ଶନିବାର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଜାଭିୟର ଏମଲୟନ ବିଜ୍ନେସ ସ୍କୁଲ୍ (ଏକ୍ସଇବିଏସ୍) ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିଥିଲେ। ତାଙ୍କ ସହ ଉଦ୍ଘାଟନୀ ପର୍ବରେ ହକି କିଂବଦନ୍ତି ଓ ହକି ପ୍ରମୋସନ କାଉନ୍ସିଲ ଅଧ୍ୟକ୍ଷ ଦିଲୀପ ତିର୍କି, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ଓ ଏକ୍ସଇବିଏସ୍ ଅଧ୍ୟକ୍ଷ ଆସ୍ଲେ ଫର୍ଣ୍ଣାଡିଜ୍ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୧୨୦୦ ଛାତ୍ରଛାତ୍ରୀ ଭାଗନେଇଥିଲେ। ଏମାନଙ୍କ ସହ ୨୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ଏହି କ୍ରୀଡ଼ା ଓ ଅଭିନବୀକରଣ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବର ମୁଖ୍ୟ ଆକର୍ଷଣରେ ଥିଲା କ୍ରୀଡ଼ା ବୈଷୟିକ ଏବଂ ବିଭିନ୍ନ ଦିଗ ଉପରେ ପ୍ରଦର୍ଶିତ ହୋଇଥିବା ୧୨ ସଂସ୍ଥାର ଷ୍ଟାର୍ଟ ଅପ୍ସ। ଏଥିରେ ୧୨ ସଂସ୍ଥାରେ ରହିଥିଲେ ଫାଷ୍ଟ୍ ଆଣ୍ଡ୍ ଅପ୍, ପ୍ଲେଓ, ଷ୍ଟାଟ୍ବତ, ସ୍ପୋର୍ଟିଫାଇ ପାରେଣ୍ଟିଂ, ସି ହାଓ, ସେପ୍କ୍ରଞ୍ଚ୍, ଫନ୍ଗାଏ, କାରଖାନା ମେକରସ୍ପେସ୍, ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ, ନେକ୍ସଏସ୍ବି ଓ ଆକିଲା ଆଡ୍ଭେଞ୍ଚର। ଏହି ସଂସ୍ଥା ଗୁଡ଼ିକ ନିଜ ନିଜର ଷ୍ଟାର୍ଟ ଅଫ୍ ଉପରେ ଆଲୋଚନା କରିଥିଲେ। ଏହି ଉତ୍ସବକୁ ଆହୁରି ରୋମାଞ୍ଚକ କରିଥିଲେ ଓଡ଼ିଶା ସହ ଜଡ଼ିତ ଥିବା ହାଇପରଫର୍ମାନ୍ସ ସେଣ୍ଟର ଓ କ୍ଲବ୍। ଓଡ଼ିଶା ଏଫ୍ସି, ଟାଟା ଏକାଡେମି, ଗୁରୁକୁଳ ଟେନିସ, ଓଡ଼ିଶା ଟେବୁଲ ଟେନିସ ସଂଘ, ଉତ୍କଳ କରାଟେ ସ୍କୁଲ୍, ବିଗ୍ ଅରେଞ୍ଜ୍ ବାସ, ଡେକାଥଲନ ଏବଂ କିଛି ପାରା ଆଥ୍ଲେଟ୍ କ୍ରୀଡ଼ା ଜୋନ୍ରେ ଉପସ୍ଥିତ ଥିଲେ। ୧୦୦ରୁ ଊର୍ଧ୍ବ ଛାତ୍ରଛାତ୍ରୀ ମଧ୍ୟ ଏହି ଉତ୍ସବରେ ଫୁଟ୍ବଲ୍, ହକି, ବନ୍ଧୁକଚାଳନା, ଟେବୁଲ ଟେନିସ, ଟେନିସ, ବାସ୍କେଟ୍ବଲ୍ ଓ କରାଟେ ଖେଳିଥିଲେ।
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଲାଗି ଭାରତରେ କ୍ରୀଡ଼ା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ ଆଇଟି-୨୦୨୦’ ଆରମ୍ଭ
/sambad/media/post_attachments/wp-content/uploads/2020/01/IMG_0594.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)