ଜୟପୁର: ବହୁ ପ୍ରତିକ୍ଷୀତ ରାଜ୍ୟ ସରକାରଙ୍କ  କ୍ରୀଡ଼ା ଓ ଯୁବ ସେବା ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ନିର୍ମାଣାଧୀନ ଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ଆସନ୍ତା ୨୩ତାରିଖରେ ଲୋକାର୍ପଣ ହେବ । ସେଭଳି ୨୬ତାରିଖ ଦିନ ଜୟପୁର ହସ୍ପିଟାଲ ପରିସରରେ ଚାଳିଥିବା ଆମ ହସ୍ପିଟାଲ ପ୍ରକଳ୍ପର ଲୋକାର୍ପଣ କରାଯିବ ବୋଲି ସୂଚନା ମିଳିଛି। ଏହା ସାଙ୍ଗକୁ ଏହି ଫୁଲାବଡ଼ ଅଂଚଳରେ ନିର୍ମାଣସରିଥିବା ରାଜସ୍ବ ନିରୀକ୍ଷକ ତାଲିମ କେନ୍ଦ୍ର, ସାଇନସ୍ ପାର୍କ, ଆଇଟି ପାର୍କର ବି ଲୋକାର୍ପଣର ସମ୍ଭାବନା ରହିଛି। ତେବେ ୭ମହଲା ଡିଏଚ୍ ଏଚ୍ ର କାମ ଶେଷ ପର୍ଯ୍ୟାୟରେ ରହିଥିବାରୁ ଏହାକୁ ଆସନ୍ତା ମାସରେ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

Advertisment

ଏହି ଲୋକାର୍ପଣ ଉତ୍ସବରେ ନିଜେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଏବଂ ୫ଟି ଅଧ୍ୟକ୍ଷ, ରାଜ୍ୟ କ୍ରୀଡାମନ୍ତ୍ରୀ, ରାଜ୍ୟ କ୍ରୀଡାସଚିବ ଆଦି ଅତିଥି ଭାବେ ଭାରଚୁଆଲରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏବେ ଠାରୁ ଏହାର ନିର୍ମାଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ କିଛି ଦିନ ହେବ ରାଜ୍ୟ କ୍ରୀଡାସଚିବ ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାକ୍ରୀଡା ଅଧିକାରୀ ଞାନଜିତ ତ୍ରିପାଠୀ ରାତି ଦିନ ଏକ କରି କାମ ସାରିଛନ୍ତି।

କୋରାପୁଟଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୁମି,  ବୈଷୟିକ ପ୍ରଣାଳୀ ସହ ଉନ୍ନତମ ମାନର ତାଲିମ ଦେବା ଲକ୍ଷ୍ୟରେ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ସଂସ୍ଥା ଠିକା ନେବା ସହ ବର୍ଷକ ମଧ୍ୟରେ ସାରିବାକୁ ଚୁକ୍ତି କରିଥିଲା। ତେବେ ଉକ୍ତ ସଂସ୍ଥା ଠିକରେ ନ କରିବା ଫଳରେ ପରବର୍ତ୍ତୀ ସମୟରେ ଠିକାଦାର ବଦଳିବାର ଲାଗିଥିଲେ।୧୨ଏକର ପରିମିତ ଜମିରେ ୨୬କୋଟି ଟଙ୍କା ବ୍ୟୟରେ  ଏହା ଆରମ୍ଭ ହୋଇଥିବା ବେଳେ ଏହାରି ମଧ୍ୟରେ ଏହାର ବଜେଟ ୪୬କୋଟିକୁ ବଢ଼ିଛି। ଏଠାରେ ଅତ୍ୟାଧୁନିକ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ , ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ , ଅତ୍ୟାଧୁନିକ ଫୁଟବଲ ପଡିଆ, ସୁଇମିଂ ଫୁଲସ୍ବାଗତ ଗେଟ୍‌ , ଜିମ୍ , ସିନ୍ଥେଟିକ୍ ଟ୍ରାକ୍, ବାସ୍କେଟବଲ ପଡ଼ିଆ ,ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମର କାମ ସରିଥିବା ସୂଚନା ମିଳିଛି।

କୋରାପୁଟ ଜିଲ୍ଲାର  ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫-ଟି ‘‘ଆମ ହସ୍ପିଟାଲ’’ ଯୋଜନାରେ

ରାଜ୍ୟ ସରକାର ଅନୁସଙ୍ଗିକ ଭିତ୍ତିଭୁମିର ସୁଧାର ଆଣିବା ପାଇଁ ୪କୋଟି ୮୫ଲକ୍ଷ, ରୋଗୀଙ୍କ ମୌଳିକ ଏବଂ ଅତ୍ୟନ୍ତ ଜରୁରୀ ସେବା ଓ ସୁବିଧା ଯୋଗାଇବା ପାଇଁ କୋଟିଏ ୨୦ଲକ୍ଷ ୨୦ହଜାର, ତ୍ବରିତ ସେବା ପ୍ରଦାନ କରିବା ପାଇଁ ୯୭ଲକ୍ଷ , ଗୁଣାତ୍ମକ ସେବା ଯୋଗାଇବା ପାଇଁ ୧୦ଲକ୍ଷ ଏଭଳି ସାଢ଼େ ୭କୋଟି ଅନୁଦାନ ଦେଇସାରିଛି।  ସଂପ୍ରତି ଚିକିତ୍ସାଳୟର ମରାମତି, ସାଜସଜ୍ଜା, ପୁରୁଷ ମହିଳା ଓ ଭିନ୍ନକ୍ଷମମାନଙ୍କ ପାଇଁ ଶୌଚାଳୟ, ଉନ୍ନତ କିସମର ବଗିଚା, ଚତୁର୍ଦ୍ଦିଗ ଆବଦ୍ଧ ପାଇଁ ପ୍ରାଚୀର, ପାୱାର ବ୍ୟାକଅପ୍, ସୋଲାର ଲାଇଟ୍, ଯାନବାହାନ ପାର୍କିଂ ବ୍ୟବସ୍ଥା, ମୁଖ୍ୟ ଦ୍ୱାର ଉନ୍ନତୀକରଣ, ମେଡିକାଲ ପରିସର ଆଲୋକୀକରଣ, ଟ୍ରାନ୍ସଫରମର ସ୍ଥାପନ, ବର୍ଜ୍ୟବସ୍ତୁ ଭିତ୍ତିଭୂମିର ସୁଦୃଢୀକରଣ, ପରିସରରେ ଗରମ ଓ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଲୁଗା ଶୁଖାଇବା ପାଇଁ ସ୍ୱତନ୍ତ୍ର ସ୍ଥାନ କରାଯାଇଛି । ସେଭଳି ବଡ ଏଲଇଡି ଲଗାଯାଇଛି। ଏହା ସହ ଟିକେଟ ପଂଜୀକରଣ କେନ୍ଦ୍ର ଗୁଡିକର ସଂପୁର୍ଣ୍ଣ ରୁପାନ୍ତରଣ  କରାଯାଇଛି। ଯେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନାକୁ ଆସିଲେ ସୁବିଧାରେ ବିଭିନ୍ନ ୱାର୍ଡ, ଡାକ୍ତରଙ୍କ ନିକଟକୁ ଯିବା ପାଇଁ ସୁବ୍ୟବସ୍ଥିତ କରି ବୋର୍ଡ ଗୁଡିକ ଲଗାଯାଇଛି।