ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।
କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା। କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି। କ୍ରୀଡା ପାଇଁ ୨ ହଜାର ୫ ଶହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି। କର୍ପୋରେଟ ଓ କ୍ରୀଡାବିତ୍ଙ୍କୁ ନେଇ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ବ କରାଯାଇଛି। ହକିର ଏନ୍ତୁଡିଶାଳ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡ଼ିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ ହୋଇଛି। କ୍ରୀଡା ବିଭାଗ ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୟୁନିଟ-୧ରେ ଫୁଟବଲ ଏକାଡେମୀ ଉଦଘାଟନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Tusharkanti-Behera-on-Education-Sylabus_Thumbnail.jpg)
