ଫିଫା ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ତଦାରଖ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍-୨୦୨୨ ଲାଗି ରାଜଧାନୀ ଭୁବନେଶ୍ୱରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତି । କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ, ପିଏମ୍ୟୁ ଟିମ୍ ଏବଂ ପଡ଼ିଆ ନିର୍ମାଣ ଭାର ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ମନ୍ତ୍ରୀ ବେହେରା ପଡ଼ିଆର ନିର୍ମାଣଶୈଳୀ ମାନ ତଥା ସ୍ଥାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ନିର୍ମାଣ ହୋଇଥିବା ୫ଟି ପଡ଼ିଆ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ୨ଟି, ସପ୍ତମ ବାଟାଲିୟନରେ ୨ଟି ଏବଂ ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ଗୋଟିଏ ଅବସ୍ଥିତ ।

ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ଆଜି କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଥିଲେ । କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର, ଇଣ୍ଡୋର ଆଥଲେଟିକ ଟ୍ରାକ୍, ଟେନିସ ସେଣ୍ଟର, ଆକ୍ୱାଟିକ କମ୍ଲେକ୍ସ, ହକି ହାଇ ପରଫର୍ମାନ୍ସ ସେଣ୍ଟର, ଅଫିସିଆଲ ଓ କର୍ମଚାରୀଙ୍କ ଆବାସସ୍ଥଳୀର ସଂପ୍ରସାରଣ କାର୍ଯ୍ୟ ବୁଲି ଦେଖିଥିଲେ ।

ସମ୍ବନ୍ଧିତ ଖବର