ମୁମ୍ବାଇରୁ ଦେଶକୁ ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ : ରାଜନୀତି ଓ ଖେଳ ପାଇଁ ଝୁଙ୍କ୍ ଦରକାର

କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସମ୍ମାନିତ, ସ୍ପୋର୍ଟସ ଷ୍ଟାର ଦେଲା ସର୍ବୋତ୍ତମ ପୁରସ୍କାର, ବିଶ୍ବନାଥ ଆନନ୍ଦ ଦେଲେ, ନବୀନ ଗ୍ରହଣ କଲେ

ଭୁବନେଶ୍ବର : ରାଜନୀତି ଓ କ୍ରୀଡାଠାରୁ ବିେଶଷ ଅଲଗା ନୁହେଁ। େଖଳ ଓ ରାଜନୀତିେର ସଫଳ ହେବା ପାଇଁ କିନ୍ତୁ ଝୁଙ୍କ୍ ଦରକାର। ପ୍ରତିେଯାଗିତା ମନୋଭାବ ହିଁ ଉଭୟ େକ୍ଷତ୍ରରେ ସଫଳତାର ମାନକ।

କ୍ରୀଡ଼ାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବେ ଓଡ଼ିଶା ଆଜି ମୁମ୍ବାଇରେ ସମ୍ମାନିତ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। େସ୍ପାର୍ଟସ ଷ୍ଟାର କ୍ରୀ଼ଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆେୟାଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ପୁରସ୍କାର ଗ୍ରହଣ କରିଥିଲେ। ଏବଂ ବିଶ୍ବ ଚମ୍ପିଆନ୍ ବିଶ୍ବନାଥ ଆନନ୍ଦ ତାଙ୍କୁ ଏହା ପ୍ରଦାନ କରିଥିଲେ। ସଫଳତାର ସହିତ ପୁରୁଷ ହକି ବିଶ୍ବକପ୍ ଆେୟାଜନ କରି ସମଗ୍ର ବିଶ୍ବରେ ଓଡ଼ିଶା େଯଉଁ ସଫଳତା େଗାଟାଇଥିଲା, ତାକୁ ସ୍ବୀକୃତି ସ୍ବରୂପ ଏହି ସମ୍ମାନ ଓଡ଼ିଶାକୁ ମିଳିଥିବା କୁହାଯାଉଛି।

ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି ସମ୍ବଳ ସଂଗ୍ରହ ଓ ନୀତି କାର୍ଯ୍ୟାନ୍ବୟନ େକ୍ଷତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ଭାରତର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରିରେ ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍ ରାମ, ପୂର୍ବତନ ହକି କ୍ୟାପଟେନ୍ ଏମ ଏମ୍ ସୋେମୟା, ଅଲମ୍ପିଆନ୍ ଅଞ୍ଜଳି ଭଗତ ଓ ଅଞ୍ଜୁ ବବି ଜର୍ଜ ପ୍ରମୁଖ ଏଥିରେ ସଦସ୍ୟ ଥିଲେ। ଓଡ଼ିଶା ପାଇଁ ଜୁରିଙ୍କ ଚୟନ କିନ୍ତୁ ସର୍ବସମ୍ମତ ଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ େଦଇ କହିଥିଲେ, ସାଧାରଣତଃ ମନ୍ତ୍ରୀମାେନ କ୍ରୀଡା ପୁରସ୍କାର ଗ୍ରହଣ କରୁଥିବା େଦଖାଯାଇଥାଏ। କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ। ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ରାଜନୀତି କ୍ରୀଡାଠାରୁ ବିେଶଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, େଫାପାଡିବା ଆଦି ସବୁକିଛି କରିବାକୁ ପଡିଥାଏ। େବଳେବେଳେ ଆପଣ ଜାଣିପାରିବେ ନାହିଁ, ଆପଣ େକଉଁ ଦିଗରେ ଦୌଡୁଛନ୍ତି। ବେେଳବେଳେ ଆପଣ େଫାଫାଡିବେ ଓ ବେେଳ ଅନ୍ୟମାେନ ଆପଣଙ୍କୁ େଫାପାଡି ଦେବେ। ହେଲେ େଖଳ ଓ ରାଜନୀତିରେ ସଫଳ େହବା ପାଇଁ ଝୁଙ୍କ୍ ଦରକାର। େଖଳ ଜିତିବା ପାଇଁ ଝୁଙ୍କ୍ ବିଜୟ ମୁକୁଟ େଦବ। େଖଳ ପାଇଁ ଝୁଙ୍କ୍ ଆଇକନ କରି ପ୍ରତିଷ୍ଠିତ କରାଇବ। ଠିକ୍ େସହିଭଳି କ୍ଷମତା ପାଇଁ ଝୁଙ୍କ୍ ବିଜୟୀ କରାଇବ। କିନ୍ତୁ େସବା ପାଇଁ ଝୁଙ୍କ୍ ଦ୍ବାରା େଲାକଙ୍କ ହୃଦୟ ଜିତିପାରିବେ।’

ମୁଖ୍ୟମନ୍ତ୍ରୀ କହିଥିଲେ, ‘ପ୍ରତିେଯାଗିତା ମନୋଭାବ ହିଁ ଉଭୟ େକ୍ଷତ୍ରରେ ସଫଳତାର ମାନକ। ଏଭଳି ମନୋଭାବ ବ୍ୟତିରେକେ ବଡ଼ ସଫଳତା ପାଇପାରିବା ନାହିଁ।’

ଉଦାହରଣ େଦଇ ନବୀନ କହିଥିଲେ, ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି େନଇଥିଲେ। ରାଜ୍ୟରେ ସାଧାରଣତଃ ପାଞ୍ଚ ବର୍ଷରେ ପାଞ୍ଚ ଲକ୍ଷ ଘର ନିର୍ମାଣ େହଉଥିଲା। ୫ ବର୍ଷରେ ୨୦ଲକ୍ଷ ଘର ତିଆରି କରିବା ଏକ ଆହ୍ବାନ ଥିଲା। ଏଥିପାଇଁ ଫଳପ୍ରଦ କୌଶଳ ହେଲା, ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିେଯାଗିତା ମନୋଭାବ ସୃଷ୍ଟି କରାଗଲା। ସଫଳ ଜିଲ୍ଲାମାନଙ୍କୁ ସ୍ବୀକୃତି ଦିଆଗଲା, ଯାହା ପ୍ରତିେଯାଗିତାକୁ େଜାରଦାର କରିଥିଲା। ଫଳରେ ନିର୍ଦିଷ୍ଟ ସମୟ ମଧ୍ୟରେ ରେକର୍ଡ ସଂଖ୍ୟକ ୨୦ଲକ୍ଷ େଲାକଙ୍କୁ ଆଶ୍ରୟ ନିରାପତ୍ତା ଦିଆଯାଇପାରିଲା େବାଲି ନବୀନ ଦାବି କରିଥିଲେ।

କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ହିନ୍ଦୁ ଖବରକାଗଜକୁ ଧନ୍ୟବାଦ େଦଇଥିଲେ। କହିଥିଲେ, ଏହା କ୍ରୀଡାର ବିକାଶ ପାଇଁ ରାଜ୍ୟମାନଙ୍କ ମଧ୍ୟରେ ଏକ ପ୍ରତିେଯାଗିତା ମୂଳକ ପରିବେଶ ସୃଷ୍ଟି କରିବାରେ ସଫଳ େହବ। ଏନ୍ ରାମଙ୍କ ନାମ େନଇ ଶ୍ରୀ ପଟ୍ଟନାୟକ କହିଥିଲେ, ‘ଆଗାମୀ ଦିନରେ ଏହି ପ୍ରତିେଯାଗିତା ଆହୁରି ତୀବ୍ର ହେବ। ଯିଏ ଜିତୁ ବା ହାରୁ, େଖଳ ଓ େଖଳର ବିକାଶ ହିଁ ବିଜୟୀ େହବ। େମାର ବିଶ୍ବାସ, କ୍ରୀଡା ପାଇଁ ପୁଞ୍ଜି ବିନିେଯାଗ େହଉଛି ଭବିଷ୍ୟତ ପାଇଁ ବିନିେଯାଗ। ପ୍ରତ୍ୟେକ ରାଜ୍ୟ ଓ ଏହାର ବାସିନ୍ଦା ଏକ ନିର୍ଦିଷ୍ଟ ଖେଳ ପ୍ରତି ବିେଶଷ ଆଗ୍ରହ େଦଖାଇଥାନ୍ତି। ଓଡ଼ିଶାରେ େଯମିତି ହକି। ଓଡ଼ିଶା ସରକାର ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ସରକାରୀ ପ୍ରଯୋଜକ ଦାୟିତ୍ବ େନଇଛନ୍ତି। ଯଦି ରାଜ୍ୟମାେନ େଗାଟିଏ ବା ଦୁଇଟି େଖଳର ଉନ୍ନତି ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ କ୍ରୀ଼ଡା ପ୍ରତିଭା ଚୟନ ପାଇଁ ଏକ ବିସ୍ତୃତ େକ୍ଷତ୍ର ପ୍ରସ୍ତୁତ ହେବ। ମୁଁ ଭାବୁଛି ଅଲମ୍ପିକ୍ସ ପଦକ ମଞ୍ଚରେ ଭାରତର ଜାତୀୟ ସଂଗୀତ ଗାନ ପାଇଁ ଆମକୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡିବ ନାହିଁ।’

ସମ୍ବନ୍ଧିତ ଖବର