କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ବାରମ୍ବାର ନିର୍ଦ୍ଦେଶନାମା ସତ୍ତ୍ୱେ ମାଟ୍ରିକ ପରୀକ୍ଷାର ଗଲା ଦୁଇଟି ବିଷୟରେ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ବୋର୍ଡ ପକ୍ଷରୁ କେବଳ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ୍ ଫୋନ୍ ନେବାର ଅନୁମତି ମିଳିଛି। କୌଣସି ପରୀକ୍ଷକ ହଲକୁ ମୋବାଇଲ୍ ଫୋନ୍ ନେଇ ପାରିବେ ନାହିଁ। ଗଣମାଧ୍ୟମ ପ୍ରତିନିଧି ଅଥବା ଅନ୍ୟ ସ୍କୁଲର ଶିକ୍ଷକ ବି କେନ୍ଦ୍ର ଗେଟ୍ ଟପି ଭିତରକୁ ଯାଇ ପାରିବେ ନାହିଁ। ଏଭଳି କଟକଣା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ବୋର୍ଡ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି। ଏଭଳି ସ୍ଥିତିରେ ଆଜି ବୋର୍ଡ କର୍ତ୍ତୃପକ୍ଷ ସ୍କ୍ଵାଡ୍ ସଦଦସ୍ୟଙ୍କ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ବି କଟକଣା ଜାରି କରିଛନ୍ତି। କୌଣସି ସଦସ୍ୟ ହଲ୍ ଭିତରକୁ ଫୋନ୍ ନେଇ ପାରିବେ ନାହିଁ। ପ୍ରଶ୍ନପତ୍ର ପରୀକ୍ଷା ହଲ୍ ବାହାରକୁ କୌଣସି ପରିସ୍ଥିତିରେ ଆସିବ ନାହିଁ। ବାହାରେ କପିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପରୀକ୍ଷା ହଲ୍ ବାହାରେ କୌଣସି ପରିସ୍ଥିତିରେ ଭିଡ ଜମାଇବାକୁ ଦିଆଯିବ ନାହିଁ। ଆଜି ବୋର୍ଡ କର୍ତ୍ତୃପକ୍ଷ ଏ ପ୍ରକାର ପରାମର୍ଶବଳୀ ପୁଣି କେନ୍ଦ୍ର ଅଧୀକ୍ଷକଙ୍କ ନିକଟକୁ ପଠାଇବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିବା ସହ କେଉଁଠୁ ଏବଂ କେଉଁ ମୋବାଇଲ୍ ଫୋନ୍ରୁ ପ୍ରଶ୍ନପତ୍ର ପ୍ରଥମେ କପି ହୋଇ ଭାଇରାଲ୍ ହୋଇଛି, ତାହାର ଉତ୍ସ ଖୋଜିବାକୁ ଜୋରଦାର ଉଦ୍ୟମ ଚଳାଇଛି। ଖୁବଶୀଘ୍ର ଏହାକୁ ଧରି ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଆଶା କରାଯାଉଛି।
ସ୍କ୍ଵାଡ୍ ସଦସ୍ୟ ବି ପରୀକ୍ଷା ହଲ୍କୁ ନେଇ ପାରିବେନି ମୋବାଇଲ୍ ଫୋନ୍
ବୋର୍ଡର ସାନି ନିର୍ଦ୍ଦେଶନାମା
/sambad/media/post_attachments/wp-content/uploads/2017/12/board.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)