କୋଭିଡ୍‌-୧୯ ଟିକା ନେଲେ ବିଭିନ୍ନ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ

ଭୁବନେଶ୍ୱର: ଦେଶବ୍ୟାପୀ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକାରଣ ଅଭିଯାନରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାର ବରିଷ୍ଠ ସରକାରୀ ଅଧିକାରୀମାନେ ଟିକା ନେଇଛନ୍ତି।

ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ କୋଭିଡ୍‌-୧୯ ଟିକା ନେବା ପରେ କହିଛନ୍ତି, ଏହି ଟିକା ସମ୍ପୂର୍ଣ୍ଣ ନିରାପଦ। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଟିକା ନେବେ। ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ତରଫରୁ ଆମେ ସରକାରଙ୍କ ନିକଟରେ କୃତଜ୍ଞ।

ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଆଜି ଏହି ଟିକା ଦିଆଯାଇଛି। କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀ ଆଜି କୋଭିଡ୍‌-୧୯ ଟିକା ନେଇଛନ୍ତି।

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ପ୍ରତ୍ୟକ୍ଷ ସେବାରେ ଜଡ଼ିତ ଥିବା ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ଏସ୍‌ପି ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତଚନ୍ଦ୍ର ପଣ୍ଡା ଆଜି ରାୟଗଡ଼ାସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ କୋଭିଡ୍‌-୧୯ ଟିକା ନେଇଛନ୍ତି।

ସେହିଭଳି, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ସ୍ମିତ ପି ପାରମର, ବାରିପଦା ଉପଜିଲ୍ଲାପାଳ ଅନେ୍ଵଷ ରେଡ୍ଡୀ ମଧ୍ୟ ଆଜି କୋଭିଡ୍‌-୧୯ ନିରୋଧୀ ଟିକା ନେଇଛନ୍ତି।

ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଆଜି କୋଭିଡ୍‌-୧୯ ଟିକା ନେଇଛନ୍ତି।

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ମଧ୍ୟ ଟିକା ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ, ଏସ୍‌ପି, ଏଡିଏମ୍‌, ଉପଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମଧ୍ୟ ଏହି ଟିକା ନେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ପଶ୍ଚିମ ଓଡ଼ିଶା ଡିଆଇଜି କବିତା ଜଲାନ, ଏଡିଏମ୍‌ ଅବୋଲି ସୁନୀଲ ନରଓ୍ଵଣେ, ରାଉରକେଲା ଏସ୍‌ପି ମୁକେଶ ଭାମୁ ଓ ଆର୍‌ଏମ୍‌ସି ଡେପୁଟି କମିସନର୍‌ ସୁଧାଂଶୁ ଭୋଇଙ୍କୁ କୋଭିଡ୍‌-୧୯ ନିରୋଧୀ ଟିକା ଦିଆଯାଇଛି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର