ନୂଆପଡ଼ା: ରାଜ୍ୟର ବିଭିନ୍ନ ସ୍ଥାନ ସହିତ ନୂଆପଡ଼ା ସଦର ବ୍ଲକରେ ବିଗତ ୩ ଦିନ ହେଲା ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ତଳିଆ ଅଞ୍ଚଳରେ ବନ୍ୟାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ଉପାନ୍ତ ଅଞ୍ଚଳରେ ଲୋକଙ୍କ ଦୁଃଖ ବଢ଼ିବାରେ ଲାଗିଛି। ବର୍ଷାରେ ସାରାବଙ୍ଗ-ଆମାନାରା ବ୍ରିଜ ଧୋଇନେଇଛି। ଏବେ ତିନିଟି ଗ୍ରାମପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ବ୍ରିଜ୍ ଦେଇ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ବ୍ରିଜ ସେମାନଙ୍କ ପାଇଁ ଜୀବନରେଖା ହୋଇଥିବାରୁ
ସାରାବଙ୍ଗ-ଆମାନାରା ବ୍ରିଜ୍ ଧୋଇନେବା ଦ୍ଵାରା ନୂଆପଡ଼ାର ତିନି ପଞ୍ଚାୟତ ସହ ପଡୋଶୀ ରାଜ୍ୟ ଛତିଶଗଡକୁ ମିଶାଇ ୨୫ ହଜାର ଲୋକ ପ୍ରଭାବିତ ହେଉଥିବା ଜଣାପଡିଅଛି। ଏହି ଘଟଣା ସମ୍ପର୍କରେ ଆରଡି ବିଭାଗର ବରିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମଲଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବ୍ରିଜର ଉଭୟ ପାର୍ଶ୍ଵରେ ସଙ୍କେତ ଦେବା ସହ ଉଚ୍ଚ ବ୍ରିଜର ଆଵଶ୍ୟକତା ଅଛି।
ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ ନୂଆପଡାଗସ୍ତ ବେଳେ ସାମଲଙ୍କୁ ଏହି ସ୍ଥାନରେ ଏକ ଉଚ୍ଚ ବ୍ରିଜର ଆବଶ୍ୟକ ଥିବାର ସ୍ଥାନୀୟ ଲୋକେ ଜଣାଇଥିଲେ। ବ୍ରିଜ ଭାଙ୍ଗିବା ଦ୍ବାରା ଅନେକ ଧନ ଏବଂ ଜୀବନ ପ୍ରଭାବିତ ହେଉଅଛି। ଲଘୁଚାପ ଜନିତ ବର୍ଷାର ବନ୍ୟାର ତାଣ୍ଡବ ଲୀଳା କରିଅଛି। ବ୍ଲକ ଅଧକ୍ଷା ତାରେଶ୍ଵରୀ ସାହୁ, ପୂର୍ବତନ ବ୍ଲକ ଅଧକ୍ଷା ଭକ୍ତରାମ ମାଝୀ, ଆମାନାରା ସରପଞ୍ଚ ଗଂଗେଶ୍ଵରୀ ସିହ୍ନା, ସରପଞ୍ଚ ମୋତିଲାଲ ଉଜିର, କେନ୍ଦୁବାହାରା ଜାନକୀ ମାଝୀ ଉଚ୍ଚ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/37ba25c9-4d55-449c-a1c5-22a10d7f7741.jpg)