ଭୁବନେଶ୍ବର : ରାମକୃଷ୍ଣ ପରମହଂସ ଏବଂ ଶାରଦା ଦେବୀଙ୍କ ଜୀବନ ବୃତ୍ତାନ୍ତକୁ ନେଇ ଅନୂଦିତ ତଥା ‘ଆମ ଓଡ଼ିଶା’ ପ୍ରକାଶିତ ପୁସ୍ତକ ‘ଶ୍ରୀମୟୀ ମା’କୁ ମିଳିବ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର। ୨୦୧୮ ମସିହା ପାଇଁ ଏହି ପୁରସ୍କାର ପାଇବେ ପୁସ୍ତକର ରଚୟିତା ତଥା ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନ୍ଗୋ। ନୂଆଦିଲ୍ଲୀରେ ଆଜି ଏହି ପୁରସ୍କାର ଘୋଷଣା କରାଯାଇଛି। ଶାରଦା ଦେବୀଙ୍କ ଅନୁପମ ଜୀବନ ଚରିତ ଆଧାରିତ ଏହି ପୁସ୍ତକର ମୂଳ ଲେଖକ ହେଉଛନ୍ତି ବିଶିଷ୍ଟ ବଙ୍ଗଳା କଥାକାର ନବକୁମାର ବସୁ। ଏହାର ଓଡ଼ିଆ ଅନୁବାଦ ପ୍ରଥମେ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ୨୦୧୬ରେ ‘ଆମ ଓଡ଼ିଶା’ ପକ୍ଷରୁ ଏହା ପୁସ୍ତକ ରୂପେ ପ୍ରକାଶିତ ହୋଇଥିଲା। ପୁରସ୍କାର ସ୍ବରୂପ ଅନୁବାଦିକାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ ‘ଶ୍ରୀମୟୀ ମା’ ପୁସ୍ତକଟି ଗତବର୍ଷ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ମଧ୍ୟ ପାଇଥିଲା। ଲେଖିକା ଶ୍ରୀମତୀ କାନୁନ୍ଗୋଙ୍କ ଅନ୍ୟ ରଚନା ସମୂହ ହେଉଛି କବିତା ସଂକଳନ ‘ରାତି ଶେଷରେ ପ୍ରିୟସଖା’, ଫିଚର ସଂଗ୍ରହ ‘ନୀଳନଦୀର ମାୟା’ ଏବଂ ଗଳ୍ପ ସଂକଳନ ‘ପ୍ରିୟ ବାନ୍ଧବ’। ଏହା ପୂର୍ବରୁ ‘ଆମ ଓଡ଼ିଶା’ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାରପ୍ରାପ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୂଦିତ ‘ବଙ୍କିମ ଉପନ୍ୟାସମାଳା’ମଧ୍ୟ ପ୍ରକାଶ କରିଛି।
ଶ୍ରଦ୍ଧାଞ୍ଜଳିଙ୍କୁ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର
/sambad/media/post_attachments/wp-content/uploads/2019/01/Sradhanjali-kanungo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)