ଶୀତ ପାଇଁ ସଂକେତ: ବାସହୀନଙ୍କୁ ସ୍କୁଲ ଓ ରାତ୍ରି ଆଶ୍ରୟ ସ୍ଥଳରେ ରଖିବାକୁ ଏସ୍‌ଆରସି ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ଲୋକେ ଶୀତରେ ଥରୁଛନ୍ତି। କିଛି ଦିନ ତଳେ ଅଦିନିଆ ବର୍ଷା ଯୋଗୁଁ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ବୁଧବାର ଠାରୁ ଶୀତ ଲେଉଟିଛି। ଦିନକୁ ଦିନ ଶୀତର ପ୍ରକୋପ ଆହୁରି ବଢ଼ିଛି। ଶୀତ ଜନିତ ଜୀବନହାନୀ ରୋକିବାକୁ ଶନିବାର ସ୍ୱତନ୍ତ୍ର ରିଲିଫ କମିସନର ଗ୍ରାମାଂଚଳରେ ଘର ନଥିବା ଲୋକଙ୍କୁ ସ୍କୁଲ ଓ ସହରାଂଚଳ ବାସହୀନଙ୍କୁ ରାତ୍ର ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଶୁକ୍ରବାର ସର୍ବନମ୍ନ ତାପମାତ୍ରା ୮.୫ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ହେଉଥିବା ଜଣାପଡ଼ିଛି।

ସେହିପରି କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି।

ସମ୍ବନ୍ଧିତ ଖବର