ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପ୍ରବଳ ବର୍ଷା ନେଇ ସୂଚନା ଜାରି କରିଛନ୍ତି। ଏହି ଆଧାରରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର ଆଜି ସତର୍କ ସୂଚନା ଜାରି କରିଛନ୍ତି। ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲ୍ଲାଗୁଡ଼ିକ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ପ୍ରଶାସନ ସେଠାରେ ପ୍ରସ୍ତୁତ ରୁହନ୍ତୁ। ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବର୍ଷା ପରେ କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରଦାନ କରନ୍ତୁ।

Advertisment

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ଚେତାବନୀ ପରେ ଗଂଜାମ ଓ କୋରାପୁଟ ଜିଲ୍ଲା ପ୍ରଶସନ ଆଗୁଆ ପଦକ୍ଷେପ ନେଇଛି। ଗଞ୍ଜାମ ଜିଲ୍ଲାପାଳ ନିଜର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ଅନୁମତିରେ କେହି ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପରିବେନି ବୋଲି କହିଛନ୍ତି। ସେ ଅଧିକାରୀମାନଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ବିଭାଗ ସଜାଗ ରହିଛି। ପାଣିପାଗ ବିଭାଗ ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।  

ଯୋଡ଼ା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶା ଭିଜିବ। ପାଣିପାଗ ବିଭାଗ ୫ ଦିନ ଯାଏ ପ୍ରବଳ ବର୍ଷା ଚେତାବନୀ ଦେଇଛି। ଲଘୁଚାପ ବର୍ତ୍ତମାନ ଉତ୍ତରପଶ୍ଚିମ ବଙ୍ଗୋପସାଗର ସକ୍ରିୟ ଥିବା ବେଳେ ଗଞ୍ଜୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨୪ ଘଣ୍ଟା ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥିସହ ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି, ସେପ୍ଟେମ୍ବର ୨୬ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି।

ପାଣିପାଗ ସେପ୍ଟେମ୍ବର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି। ବିଶେଷ କରି ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ  ପ୍ରବଳ ବର୍ଷୀବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସାରା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି।

 ganjam | Koraput | Rain in Odisha