ଭୁବନେଶ୍ୱର : ‘ଫନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଠପ୍ ପଡ଼ିଥିବା ବିଦ୍ୟୁତ ସେବାକୁ କାର୍ଯ୍ୟକ୍ଷମ କରିବାକୁ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି ବିଦ୍ୟୁତ କର୍ମଚାରୀ । ଆଉ ଏହି କାର୍ଯ୍ୟରେ ଏଯାବତ ଅନେକ ବିଦ୍ୟୁତ କର୍ମଚାରୀ ନିଜର ପ୍ରାଣ ମଧ୍ୟ ହରାଇଲେଣି । ତେଣୁ ଏଭଳିି ପରିସ୍ଥିତିରେ କିଭଳି ସୁରକ୍ଷିତ ରହି ବିଦ୍ୟୁତ କର୍ମଚାରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା କାର୍ଯ୍ୟକୁ ସତର୍କତା ସହିତ ତୁଲାଇବେ ସେନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ପରାମର୍ଶ ଜାରି କରାଯାଇଛି ।
— SRC, Govt of Odisha (@SRC_Odisha) May 17, 2019
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/118898-ffjadooyhf-1556900789.jpg)