ବିଦ୍ୟୁତ ସେବା ଯୋଗାଇ ଦେବାକୁ କର୍ମଚାରୀଙ୍କ ନିରନ୍ତର ପ୍ରୟାସ, ନିଜ ସୁରକ୍ଷା ପାଇଁ କ’ଣ କରିବେ, କ’ଣ ନକରିବେ ପରାମର୍ଶ ଜାରି କଲେ ଏସଆରସି

0

ଭୁବନେଶ୍ୱର : ‘ଫନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଠପ୍‌ ପଡ଼ିଥିବା ବିଦ୍ୟୁତ ସେବାକୁ କାର୍ଯ୍ୟକ୍ଷମ କରିବାକୁ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି ବିଦ୍ୟୁତ କର୍ମଚାରୀ । ଆଉ ଏହି କାର୍ଯ୍ୟରେ ଏଯାବତ ଅନେକ ବିଦ୍ୟୁତ କର୍ମଚାରୀ ନିଜର ପ୍ରାଣ ମଧ୍ୟ ହରାଇଲେଣି । ତେଣୁ ଏଭଳିି ପରିସ୍ଥିତିରେ କିଭଳି ସୁରକ୍ଷିତ ରହି ବିଦ୍ୟୁତ କର୍ମଚାରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା କାର୍ଯ୍ୟକୁ ସତର୍କତା ସହିତ ତୁଲାଇବେ ସେନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ପରାମର୍ଶ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.