ଭୁବନେଶ୍ବର: ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଦେଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର କ୍ଷମତା ପ୍ରଦାନ କରାଯାଇଛି। ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟାର ପରିଚାଳନା ଲାଗି ଏହି ବଡ଼ ପଦକ୍ଷେପ ନିଆଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର ଲାଗି ବି ନିର୍ଦ୍ଦେଶ ରହିଛି।
ସୁବର୍ଣ୍ଣରେଖାରେ ବଡଧରଣର ବନ୍ୟା ଆସିଥିବାରୁ ବନ୍ୟାଞ୍ଚଳରେ ରିଲିଫ୍, ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ଜିଲ୍ଲାପାଳ ତତକ୍ଷଣାତ୍ ନିଜେ ନିଷ୍ପତ୍ତି ନେଇପାରିବେ। ଏମିତିକି ଜରୁରୀ ସମୟରେ ହେଲିକପ୍ଟର ବି ନିୟୋଜିତ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କୁ ଏହି ସ୍ଵତନ୍ତ୍ର କ୍ଷମତା ମିଳିଛି। ଆଜି ସକାଳୁ ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସବିଶେଷ ସୂଚନା ମୁତାବକ ସୁବର୍ଣ୍ଣରେଖା ବିପଦ ସଂକେତ ଟପିବାକୁ ଆଉ କିଛି ଘଣ୍ଟା ବାକି ଅଛି। ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ୧୦ ମିଟର ପହଞ୍ଚିଗଲାଣି।
ସୁବର୍ଣ୍ଣରେଖାରେ ବଡ଼ ବନ୍ୟା। ଝାଡ଼ଖଣ୍ଡର ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ସୁବର୍ଣ୍ଣରେଖା ଅଵବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି। ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।
ସେ କହିଛନ୍ତି, ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡ଼ିଆରଏଫ ୧୪୦ଟି ଅପରେସନ ଟିମ ରହିବ ବାଲେଶ୍ଵର ଜିଲ୍ଲାରେ। ବର୍ତ୍ତମାନ ଆମେ ଉଦ୍ଧାର କାର୍ଯ୍ୟରେ ଲାଗିଛୁ। ଏହାପରେ ରିଲିଫ କାର୍ଯ୍ୟକୁ ଯିବୁ। ୨୦୦୮ଠାରୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅଵବାହିକାରେ ହେବାକୁ ଯାଉଛି। ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ପଠାଇଛନ୍ତି ସେହି ଅଞ୍ଚଳକୁ। ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରୁଛନ୍ତି । ବାଲେଶ୍ଵର ଜିଲ୍ଲାରେ ଅପରାହ୍ନରୁ ଜଣା ପଡ଼ିବ ବନ୍ୟାର ପ୍ରକୋପ। ଏହି ପିକ ଫ୍ଲଡ଼ର ପ୍ରଭାବ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ।
ବର୍ତ୍ତମାନ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ । ଏବଂ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ତେଣୁ ବୁଢ଼ାବଳଙ୍ଗ ରେ କିଛି ସେପରି ସ୍ଥିତି ହେବ ନାହିଁ ।
ବୈତରଣୀ ବିପଦ ସଙ୍କେତଠୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି। ଆଖୁଆପଦା ଠାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ। କାଣି ନଦୀରେ ହୋଇଥିବା ଘାଇ ମରାମତି ହୋଇ ପାରିନ ଥିଲା ପୁଣି ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି। ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖିଛୁ। ମହାନଦୀରେ ୧ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ ୧ ଲକ୍ଷ ୬ ହଜାର ଛାଡୁଛୁ । ୬୨୧.୦୮ ରହିଛି ହୀରାକୁଦର ଜଳସ୍ତର। ତେବେ ଆସନ୍ତାକାଲି ମଧ୍ୟ ପାଣି ଅଧିକ ଆସିବାର ଆଶଙ୍କା ନାହିଁ। ତେଲ ନଦୀରେ ୨ ଲକ୍ଷ ୬୬ ହଜାର କ୍ୟୁସେକ ପାଣି ଆସୁଛି। ଖଇରମାଲଠାରେ ୪ ଲକ୍ଷ ୫୬ ହଜାର କ୍ୟୁସେକ ପାଣି ରହିଛି। ଏହା ମୁଣ୍ଡଳୀରେ ୫ ଲକ୍ଷ ରୁ ୫.୫୦ ହଜାର କ୍ୟୁସେକ ହେବ। ଆମେ ଚାହୁନାହୁଁ ଯେ ମୁଣ୍ଡଳୀରେ ଅଧିକ କ୍ୟୁସେକ ପାଣି ପାସ କରୁ। ଏଥର ମୁଣ୍ଡଳୀରେ ବହୁତ ସ୍ଲୋ ପାଣି ଖସୁଛି। ବର୍ତ୍ତମାନ ବି ୮ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ କରୁଛି। ବ୍ରାହ୍ମଣୀ ଉପରେ ତୀକ୍ଷଣ ନଜର ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/a08aa817-a3cb-4601-97f6-34c6ea8b4c22.jpg)