ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀରେ ବନ୍ୟାଜଳ ଫୁଲିଛି। ଏବେ ମହାନଦୀର ବନ୍ୟାଜଳ ପିକ୍‌-ଫ୍ଲୋ ଦେଇ ଗତି କରୁଛି।  ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାନଦୀରେ ପିକ୍‌- ଫ୍ଲୋ ଚାଲିଛି। ମୁଣ୍ଡୁଳିରେ ୮ ରୁ ୯ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ ଜାରି ରହିବ। ଏହି ପିକ୍‌-ଫ୍ଲୋ ଆଜି ସନ୍ଧ୍ୟା ୬ରୁ ଆରମ୍ଭ ହୋଇଛି। ଏହା ପ୍ରାୟ ୯ ଘଣ୍ଟା ଯାଏଁ ରହିପାରେ।

Advertisment

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ମଙ୍ଗଳବାର ରାତି ୯ଟାରେ ମୁଣ୍ଡୁଳିରେ ୧୨ ଲକ୍ଷ୍ୟ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ବୁଧବାର ଭୋର ସକାଳ ୩ଟା ବେଳକୁ  ବନ୍ୟାଜଳସ୍ତର କମିବା ଆରମ୍ଭ ହୋଇଯିବ। ଆଜି ରାତି ୧୨ ରୁ ୧ଟା ମଧ୍ୟରେ ମୁଣ୍ଡୁଳି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ବନ୍ୟାଜଳ ପ୍ରବେଶ କରିବ। ଏହା ସମୁଦ୍ରରେ ପହଞ୍ଚିବା ପାଇଁ ଆଉ ୧୨ ରୁ ୧୮ ଘଣ୍ଟା ଲାଗିବ।

publive-image

ମହାନଦୀର ଦୁଇଟି ଜାଗାରେ ଅର୍ଥାତ ପୁରୀର ମକରା ଓ ଖୋର୍ଦ୍ଧା ରାଜୁଆ ରାଇଟରେ ଘାଇ ସୃଷ୍ଟି ହୋଇଛି। ବନ୍ୟାରେ ମୋଟ ୪୯ ଟି ବ୍ଲକ ଓ ୧୭୫ ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ୨୩୭ ଟି ଗାଁ ଏବେବି ଜଳବନ୍ଦି ରହିଛି। ୭୦୭ଟି ଘର ନଷ୍ଟ ହୋଇଥିବା ଖବର ରହିଛି। ସେହିପରି ୨୪ ହଜାର ହେକ୍ଟର ଚାଷଜମି କ୍ଷତି ହୋଇ ଥିବା ବେଳେ ଆଜିଠୁ ୨ଦିନ ପର୍ଯ୍ୟନ୍ତ ସତର୍କ ରହିବ ପାଇଁ ସତର୍କ ସୂଚନା ଦିଆଯାଇଛି ବୋଲି ଏସଆରସି ଗଣମାଧ୍ୟମକୁ କହିଛନ୍ତି। ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୭ଟି ପ୍ରି-ଚିକେନ ବ୍ୟବସ୍ଥା କରାଯାଇଛି। କଟକର ଏକ ସ୍କୁଲରେ ୬୦୦ ପିଲା ଜଳବନ୍ଦୀ ହୋଇ ଥିଲେ। ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଓଡ୍ରାଫ ଦ୍ଵାରା ପିଲାମାନଙ୍କୁ ଉଦ୍ଧାର କରାଯାଇଛି  ବୋଲି ଶ୍ରୀ ଜେନା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜଳ ସଂପଦ ବିଭାଗର ପ୍ରମୁଖ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି, ମହାନଦୀର ମୁଣ୍ଡଳି ଠାରେ ରାତି ୯ଟାରେ ୧୨,୧,୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୮୭ ଫୁଟ ରହିଥିଲା। ଜଳଭଣ୍ଡାରକୁ ୬,୩୬,୬୦୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬,୭୪,୭୨୨ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଖଇରମାଳରେ ୮,୫୦,୦୦୦ କ୍ୟୁସେକ ଜଳ ନିଷ୍କାସନ ହେଉଥିଲା।