ବାଲେଶ୍ୱର: ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହୋଇପାରେ ଓଡ଼ିଶାର ଦୁଇଟି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା ପାଇଁ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିବାକୁ ଗସ୍ତ କରିଛନ୍ତି ଏସଆରସି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ukyyuku-750x430-1.jpg)