ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ: ଏସଆରସି

ଭୁବନେଶ୍ୱର: ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ଗତକାଲି ରାତି ୯ଟାରୁ ୧୨ଟା ମଧ୍ୟରେ ଖଇରମାଳରେ ସର୍ବାଧିକ ପାଣି ପାସ କରିଛି | ଗତକାଲି ରାତିରେ ଖଇରମାଳରେ ୧୨.୦୬ ଲକ୍ଷ କ୍ୟୁସେକ ପାଣି ପାସ କରିଥିବାବେଳେ ଆଜି ସନ୍ଧ୍ୟାରେ ଏହା ମୁଣ୍ଡୁଳିରେ ପହଞ୍ଚିବ | ଆଜି ସନ୍ଧ୍ୟାରେ ମୁଣ୍ଡୁଳିଠାରେ ସର୍ବାଧିକ ପାଣି ପାସ କରିବା ଆକଳନ କରାଯାଇଛି | ସନ୍ଧ୍ୟାରେ ମୁଣ୍ଡୁଳିରେ ସର୍ବାଧିକ ସାଢେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରିପାରେ |

ସେହିପରି ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ | ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ବ୍ୟାକ ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଛି | ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି |

ସମ୍ବନ୍ଧିତ ଖବର