ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ କମିସନର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ଏବେଠୁ ବାତ୍ୟାକୁ ନେଇ ଅଯଥା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ଓଡ଼ିଶା ଉପକୂଳ ନ ଛୁଇଁପାରେ ବୋଲି ସେ କହିଛନ୍ତି।ଆଗାମୀ ୮ ତାରିଖରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଣୁ ଆମେ ରାଜ୍ୟ ସରକାର ବର୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ,କାରଣ ବାତ୍ୟାର ରୂପରେଖ ଏ ଯାଏ ସ୍ପଷ୍ଟ ହୋଇନାହିଁ, ୨୪ ଘଣ୍ଟାରେ ବାତ୍ୟା ରୂପ ନେଇପାରେ ଅବପାତ।

ଏଥିଲାଗି ଓଡ଼ିଶାର୧୫ ଜିଲ୍ଲାକୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର କମିସନର ନିର୍ଦେଶ ଦେଇଛନ୍ତି | ସେ ଉକ୍ତ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି| ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ବନ୍ୟା ଓ ଜଳ ନିଷ୍କାସନ ପାଇଁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଛି | ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର।

ସମ୍ବନ୍ଧିତ ଖବର