ଭୁବନେଶ୍ବର: ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି) ପ୍ରଦୀପ କୁମାର ଜେନା । ଅନୁମାନ କରାଯାଉଛି, କରୋନା ନିୟନ୍ତ୍ରଣ ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଧିରେ ଧିରେ ନିୟମ କଡାକଡି କରିଛନ୍ତି ସରକାର । ତେବେ ପୁଣି କରୋନା ପାଇଁ କିଛି ନୂତନ କଟକଣା ଜାରି କରିପାରନ୍ତି ରାଜ୍ୟ ସରକାର ।ତେବେ କେଉଁ କଟକଣା ଜାରି କରିବେ ସରକାର ତା ଉପରେ ରହିଛି ସମସ୍ତଙ୍କ ନଜର । ଏ ସଂକ୍ରାନ୍ତୀୟ ସୂଚନା ଏସଆରସି ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।