ଆଜି ଅପରାହ୍ନରୁ ୧୬ ତାରିଖ ଯାଏଁ ଏହି ସବୁ ଜିଲ୍ଲାରେ ହୋଇପାରେ ଝଡ-ବର୍ଷା

ଭୁବନେଶ୍ୱର: ଆଜି ଅପରାହ୍ନରୁ ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଝଡ-ବର୍ଷା ହୋଇପାରେ | ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରୁ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ସମ୍ବଲପୁର, କେଉଁଝର, ମୟୁରଭଞ୍ଜରେ ଝଡ-ବର୍ଷା ହୋଇପାରେ |

ସେହିପରି ଆସନ୍ତା ୧୨ ତାରିଖଠାରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ କନ୍ଧମାଳ,ବୌଦ୍ଧ, ମାଲକାନଗିରି, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, କଟକ, କେଉଁଝର, ମୟୁରଭଞ୍ଜରେ ଝଡ-ବର୍ଷା ହୋଇପାରେ | ଆସନ୍ତା ୧୩ ତାରିଖ ସକାଳ ୮ଟା ୩୦ରୁ ୧୪ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଗଞ୍ଜାମ, ଗଜପତି,କୋରାପୁଟ, ରାୟଗଡା, ନୟାଗଡ, କଟକ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଭଦ୍ରକରେ ଝଡ-ବର୍ଷା ହୋଇପାରେ |

ସେହିପରି ୧୪ ତାରିଖ ସକାଳ ୮ଟା୩୦ରୁ ୧୫ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି,ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମରେ ଝଡ-ବର୍ଷା ହୋଇପାରେ | ଆସନ୍ତା ୧୫ତାରିଖ ସକାଳ ୮ଟା ୩୦ରୁ ୧୬ ତାରିଖ ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକରେ ଝଡ ବର୍ଷା ହୋଇପାରେ ବୋଲି କୁହାଯାଇଛି |

ସମ୍ବନ୍ଧିତ ଖବର