ବର୍ଷା ସମ୍ଭାବନାକୁ ଦେଖି ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାକୁ ଏସଆରସି ଚିଠି ଲେଖିଛନ୍ତି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ରେଡ ୱାର୍ଣ୍ଣିଂ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ଏହି ସମୟରେ କଚ୍ଚା ଘର ନଷ୍ଟ ହେବା ସହ ଟ୍ରାଫିକ ସମସ୍ୟ ମଧ୍ୟ ହୋଇପାରେ । ଏହାସହ ତୀବ୍ର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ରେଡ, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାଗୁଡିକୁ ମଧ୍ୟ ସତର୍କ କରାଯାଇଛି । ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରକୁ ଆସନ୍ତାକାଲି ସକାଳ ୮ଟା ୩୦ଯାଏଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଂଟାକୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିପାରେ । ତଳିଆ ଅଂଚଳରେ ପାଣି ଜମିପାରେ ଏବଂ କଚ୍ଚା ଘର ପ୍ରତି ବିପଦ ରହିଛି ।

ସେହିପରି ପୁରୀ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୦ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, କଟକ, ଖୋର୍ଧା, ଯାଜପୁର, ମୟୁରଭଂଜ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର