ଭୁବନେଶ୍ୱର: ବାତ୍ୟା ‘ଓଖି’ ପ୍ରଭାବରେ ଆଗାମୀ ଡିସେମ୍ବର ୭ରୁ ଓଡ଼ିଶାରେ ସମ୍ଭାବିତ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିସନ୍ ବିଷ୍ଣୁପଦ ସେଠୀ ରବିବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଉତ୍ତର ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ଲଘୁଚାପ ଘନିଭୂତ ହୋଇଥିବାରୁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟାର ଆଶଙ୍କା ଦେଖା ଯାଇଛି। ଏହାରି ପ୍ରଭାବରେ ଡିସେମ୍ବର ୮ ଓ ୯ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି।
ଏସ୍ଆରସି ଚିଠିରେ ଲେଖିଛନ୍ତି, ବର୍ତମାନ ଚାଷ ଅମଲର ସମୟ। ଫସଲ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ୯ ଓ ୧୦ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/heavy-rain.jpg)