ପୁରୀ : ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଏହି ପ୍ରସ୍ତାବକ୍ରମେ ବିମାନବନ୍ଦର ପାଇଁ ଆବଶ୍ୟକ ଭିତ୍ତିଭୂମିର ଆରମ୍ଭ ହୋଇଛି ବ୍ୟାପକ ସର୍ଭେ କାମ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିମାନବନ୍ଦର ନିର୍ମାଣସ୍ଥଳର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରାଯାଇ ସବୁଜ ସଙ୍କେତ ମିଳିବାପରେ ଗତବର୍ଷ ମନ୍ତ୍ରାଳୟ ପକ୍ଷରୁ ମଲ୍ଟି ଡିସିପ୍ଲିନାରି ଟିମ୍ ଚିହ୍ନଟ ଜମିର ପ୍ରି-ଫିଜିବିଲିଟି ଅଧ୍ୟୟନ କରିଥିଲେ। ଆଜି ଏହାର ବୈଷୟିକ ଅନୁଧ୍ୟାନ କରାଯାଇଛି।
ବିମାନବନ୍ଦର ପାଇଁ ପ୍ରସ୍ତାବିତ ଜମିର ସ୍ଥିତାବସ୍ଥା ଜାଣିବା ପାଇଁ ନିୟୋଜିତ ବୈଷୟିକ ଦଳ ସହ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇଡ୍କୋ ସହ ବିମାନବନ୍ଦର ବୈଷୟିକ ଅଧ୍ୟୟନ ଉପରେ ଏକ୍ସପର୍ଟ ସଂସ୍ଥା ଡେଲୟେଡ୍ର ତିନିଜଣିଆ ଜଣିଆ ଦଳ ଆଜି ଜିଲ୍ଲାପାଳଙ୍କ ସହ ବିମାନବନ୍ଦର ରୂପରେଖ ଓ ଜମିଜମା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଅଞ୍ଚଳର ନକ୍ସା ଦେଖିଛନ୍ତି। ବୈଷୟିକ ଦୃଷ୍ଟିକୋଣ(ଟେକ୍ନୋ ଫିଜିବିଲିଟି ଷ୍ଟଡି)ରୁ ଏହି ଜମି କେତେଦୂର ସଫଳ, ତାହା ଅନୁଧ୍ୟାନ କରିଛନ୍ତି।
ପୁରୀ ଜିଲ୍ଲା ବ୍ରହ୍ମଗିରି ମୌଜା ଗିରଳ ନିକଟ ଶିପସରୁବାଲି ଓ ଷଣ୍ଢପୁର ଅଞ୍ଚଳରେ ପ୍ରାୟ ୧୨ଶହ ଏକର ଜାଗାରେ ବିମାନବନ୍ଦର ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ଯେଉଁଥିରୁ ୧୧୬୫ ଏକର ଜମିରେ ବିମାନବନ୍ଦର ଓ ବାକି ଜମିରେ ପ୍ରଶାସନିକ କୋଠା ନିର୍ମାଣର ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/puri-air-port.jpg)