ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ଜମି ଅଧିଗ୍ରହଣ ପାଇଁ ୩୦ରୁ ଜନଶୁଣାଣି

ପୁରୀ : ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୩୦ ତାରିଖରୁ ଜନଶୁଣାଣି ଆରମ୍ଭ ହେବ। ଜମି ଅଧିଗ୍ରହଣର ସାମାଜିକ ପ୍ରଭାବ ବିବରଣୀ ଉପରେ ଜନଶୁଣାଣି ହେବ ବୋଲି ଜଣାପଡ଼ିଛି। ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ଶାମୁକା ଗ୍ରିଡ୍‌ ଷ୍ଟେସନ୍‌ ପଡ଼ିଆଠାରେ ସିପସରୁବାଲି ମୌଜା ଓ ୩୧ ତାରିଖରେ ମଙ୍ଗଳାମଣ୍ଡପ ନିକଟରେ ଷଣ୍ଢପୁର ମୌଜାର ଜନଶୁଣାଣି ହେବ।

ସୂଚନାଯୋଗ୍ୟ, ୨୦୨୧ ମସିହା ଜାନୁଆରି ପହିଲାରେ ମୁଖ୍ୟମନ୍ତ୍ରୀ ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ସରିଥିବାବେଳେ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର