ଭୁବନେଶ୍ବର : ୨୦୦୩ ମସିହା ମାର୍ଚ ୧୬ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ଫାଉଣ୍ଡେସନ୍ କମିଟିର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ର ଧାରା ୨୮(ସି) ଅନୁଯାୟୀ ଫାଉଣ୍ଡେସନ୍ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା।

Advertisment

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ ଟଙ୍କା, ଆଇନ ବିଭାଗର ପତ୍ର ୩୪୧୫ର ୨୦୨୨ ମାର୍ଚ ୧୭ତାରିଖ ଅନୁସାରେ ଟେଣ୍ଡର ମାଧ୍ୟମରେ ସର୍ବାଧିକ ସୁଧ ପ୍ରଦାନ କରୁଥିବା ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ପାଣ୍ଠିରେ ଗଚ୍ଛିତ ରହିଛି।