ଭୁବନେଶ୍ବର: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବୋଲଗଡ଼ ଥାନା ଏଏସଆଇ ଧରାପଡ଼ିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଜନୈକ ଲୋକଙ୍କ ଠାରୁ ନିଜ ପୁଅ ଓ ତାର ସହଯୋଗୀଙ୍କ ନାଆଁରେ ଥିବା ଏକ ମାମଲାର ରଫାଦଫା ଲାଗି ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ।
ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନାବଦ୍ଧ ଭାବେ ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/e135497f-172c-4bc1-ae0c-933417390f04.jpg)